State

ମେକ୍‌ ଇନ ଓଡିଶା କନକ୍ଲେଭ ଇନଭେଷ୍ଟର ମିଟ ଉଦ୍‌ଯାପିତ

  •  
  • 6
  •  
  •  
  •  
  •  
  •  
    6
    Shares

ଭୁବନେଶ୍ୱର- ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଏହି ସବୁ ପୁଞ୍ଜି ପେଟ୍ରୋକେମିକାଲ, ଇଲେକ୍ଟ୍ରୋନିକ, ଅଣ ପାରମ୍ପରିକ ଶକ୍ତି, ପ୍ଲାଷ୍ଟିକ, ଫର୍ଟିଲାଇଜର, କେମିକାଲ, ପର୍ଯ୍ୟଟନ, ବୟନ ଶିଳ୍ପ, ଏରୋସ୍ପେଶ, ଭିତ୍ତିଭୁମି, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ  ଆଦି ୧୫ଟି କ୍ଷେତ୍ରରେ ବିନିଯୋଗ ହେବ। ଏଥିଯୋଗୁ ରାଜ୍ୟରେ ଅତିରିକ୍ତ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁଞ୍ଜି ନିବେଶକାରୀଙ୍କ  ମଧ୍ୟରେ ୫ଟି ବୃହତ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ହଳଦିଆ ପେଟ୍ରୋକେମିକାଲ ସର୍ବାଧିକ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ୬୦ ହଜାର ୯୫୦ କୋଟି, ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ୫୮ ହଜାର ୯୯୭ କୋଟି, ଷ୍ଟିଲ ଅଥରରିଟି ଅଫ ଇଣ୍ଡିଆ (ସେଲ)୪୧ ହଜାର ୪୦୦ କୋଟି ଏବଂ ତାଇଓ୍ବାନ କମ୍ପାନୀ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବେ। ଗତ ଦୁଇଦିନ ଧରି ଜନତା ମଇଦାନରେ ଚାଲିଥିବା ମେକଇନ ଓଡିଶାର ଓନଭେଷ୍ଟର ମିଟର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏହି ସୂଚନା ଦେଇଛନ୍ତି।

ଏଥିସହିତ ଏହି କନକ୍ଲେଭରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫଡିଆଇ) କରିବା ପାଇଁ  ୪ଟି ବିଦେଶୀ କମ୍ପାନୀ ଆଗେଇ ଆସିଛନ୍ତି। ସେହି କମ୍ପାନୀଗୁଡିକ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରେକେମିକାଲ, ଲଜିଷ୍ଟିକ ଇନଫ୍ରାଷ୍ଟ୍ରକ୍ଚର ଆଦି କ୍ଷେତ୍ରରେ ୪୬ ହଜାର ୪୬୪ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କନକ୍ଲେଭରେ କଣ୍ଟ୍ରିପାର୍ଟନର ଭାବେ ଯୋଗ ଦେଇଥିବା ଜାପାନରୁ ଖାଦ୍ୟ ପ୍ରକ୍ରିୟାକରଣ ନେଇ ଏକ ପ୍ରସ୍ତାବ ଆସିଛି। ଏଥିରେ ୨ ହଜାର କୋଟି ଟଙ୍କା ପୁଞ୍ଜିବିନିଯୋଗ ହେବା ସହ ୧୧ ହଜାର ୪୭୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ଏଥିସହିତ ପ୍ରଥମ ଥର ଲାଗି ରାଜ୍ୟରେ ବିମାନ ନିର୍ମାଣ କରିବାକୁ ହାଇଦ୍ରାବାଦ ସ୍ଥିତ ଏକ କମ୍ପାନୀ ରାଜି ହୋଇଛି। ଏନେଇ ଗୋଟିଏ ପ୍ରସ୍ତାବ ଆସିବା ସହ ଏ କ୍ଷେତ୍ରରେ ୧ ହଜାର ୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ  । ମିନେରାଲ, ମେଟାଲ ଏବଂ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ୫୩ଟି ପ୍ରସ୍ତାବ ଆସିଛି। ସେଥିରେ ୨ ଲକ୍ଷ ୩୬ ହଜାର ୪୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧,୮୮,୬୩୫ ଜଣ ନିଯୁକ୍ତି ପାଇବେ। ସେହିପରି ଫର୍ଟିଲାଇଜର, କେମିକାଲ ଏବଂ ପ୍ଲାଷ୍ଟିକ କ୍ଷେତ୍ରରେ ୧୮୩ଟି ପ୍ରସ୍ତାବ ଆସିଥିବା ବେଳେ ସେଥିରୁୂ ୩୭ଟି ପ୍ରସ୍ତାବରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇଛି। ସେଥିରେ ୧ ଲକ୍ଷ ୩୫ ହଜାର ୩୦୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ସହ ୭୩ ହଜାର ୨୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଲଜିଷ୍ଟିକ ଆଣ୍ଡ ଇନଫ୍ରାଷ୍ଟକ୍ଚରରେ ୧୨ଟି ପ୍ରସ୍ତାବ ଆସିଥିବା ବେଳେ ୧୯,୧୨୪.୧୦ କୋଟି ଟଙ୍କା ବିନିଯୋଗ ହେବା ସହ ୨୫,୭୩୧ ଜଣଙ୍କୁ ନିଯୁକ୍ତି ମିଳି ପାରିବ।

Loading...

ଏହି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆତି୍ୟତ ପ୍ରସାଦ ପାଢୀ କହିଛନ୍ତି ଯେ କହିଛନ୍ତି ଯେ ଏହି କନକ୍ଲେଭରେ ଦେଶ ବିଦେଶର ବଡବଡ ଶିଳ୍ପପତି, ଯୁବ ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ, ବିଶେଷଜ୍ଞ ଏବଂ ଛାତ୍ରୀଛାତ୍ରମାନେ ଯୋଗ ଦେଇଛନ୍ତି। କନକ୍ଲେଭର ଥିମ ଆଇ ଆମ ଓଡିଶା ବୃହତ ସଫଳତା ହାସଲ କରିଛି। ଦେଶ ବିଦେଶରୁ ଆସିଥିବା ବହୁ ଉଦ୍ୟୋଗୀ ଏଥିରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି। ଏଥିରେ ସାମିଲ ହେବା ପାଇଁ ସିଙ୍ଗାପୁର ସ୍ଥିତ ଆଇଟିଇଇଏସ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି। ଯାହାକି ଦେଶର ପ୍ରଥମ । ଏହି କନକ୍ଲେଭରେ ବିଦେଶରୁ ୧୯ଟି କମ୍ପାନୀ ଯୋଗ ଦେଇଥିଲେ। ଏହି କନକ୍ଲେଭରେ  ଦେଶ ବିଦେଶରୁ ୫୦୭୪  ଶିଳ୍ପ ପତି ଓ ପ୍ରତିନିଧି ଯୋଗ ଦେଇଥିଲେ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଞ୍ଜିନିବେଶକୁ ବାସ୍ତବତାରେ ପରିଣତ କରିବାକୁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ସର୍ଗୀକୃତ ଟିମକୁ ନିୟୋଜିତ କରାଯାଇଛି। ମେକ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ସେହି ପସ୍ତାବଗୁଡିକୁ କିପରି ତୃଣମୂଳ ସ୍ତରରେ କାର୍ଯ୍ୟକ୍ଷମ ହେବ ସେ ନେଇ ଉଦ୍ୟମ କରାଯିବ। ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଜମି ଯୋଗାଇ ଦିଆଯିବା ସହ ୨୦ ଦିନ ମଧ୍ୟରେ ସିଙ୍ଗଲଓ୍ବିଣ୍ଡୋ କ୍ଲିୟରାନ୍ସ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହି କନକ୍ଲେଭରେ ୧୯ ଟି ବୈଠକ ହୋଇଥିବା ବେଳେ ୨୫୩ ଜଣ ବକ୍ତାଭାବେ ଯୋଗ ଦେଇଛନ୍ତି।  ୩୧ ହଜାର ୮୦୬ ଜଣ ପରିଦର୍ଶନରେ ଆସିଛନ୍ତି। ଏହି ଅବସରରେ ସିଏସଆର ପ୍ରୋଜେକ୍ଟ ପାଇଁ ଓଏମସି, ଟାଟା ଷ୍ଟିଲ ଏବଂ ଏମସିଏଲକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିବା ବେଳେ ଓଡିଶାର ଗର୍ବ ପାଇଁ ସୁମନ କାନ୍ତି ମିଶ୍ର ଏବଂ ସୋୟମ ସତ୍ୟେନ୍ଦୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...