State

୧୬ରୁ ଯୁକ୍ତ୨ ଫର୍ମ ପୂରଣ

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ୨୦୧୯ ଯୁକ୍ତ୨ ବାର୍ଷିକ ପରୀକ୍ଷା ନିମନ୍ତେ ରେଗୁଲାର ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ।  କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ନିଜ କଲେଜକୁ ଯାଇ ଫର୍ମ ପୂରଣ କରିବେ। ପ୍ରାକ୍ଟିକାଲ ପେପରକୁ ଛାଡି ଫର୍ମ ପୂରଣ ପାଇଁ  ସାଧାରଣ ଦେୟ ୫୨୦ ଟଙ୍କା ରହିଛି। ଏହି ଫିକୁ ଛାତ୍ରୀଛାତ୍ରମାନେ ଫର୍ମ ପୂରଣ କଲାବେଳେ କଲେଜରେ ପଇଠ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛି।

ଫର୍ମ ପୂରଣ ୧୬ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ ପେପର ପିଛା ଅତିରିକ୍ତ ୨୦ ଟଙ୍କା ପଇଠ କରିବାକୁ ହେବ। ଏହି ସମୟ ଭିତରେ ଯଦି କୌଣସି ଛାତ୍ରୀଛାତ୍ର ଫର୍ମ ପୂରଣ ନ କରିବେ ତେବେ ସେମାନେ ୫୦ ଟଙ୍କା ଜରିମାନା ଦେଇ ଆସନ୍ତା ୨୭ରୁ ୩୦ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଯଦି ଉକ୍ତ ସମୟ ମଧ୍ୟରେ କୌଣସି ପିଲା ଫର୍ମ ପୂରଣ କରି ନ ପାରନ୍ତି, ତେବେ ସେମାନେ ଅତିରିକ୍ତ ୩୫୦ ଟଙ୍କା ଜରିମାନା ଦେଇ ଡିସେମ୍ବର ୧ରୁ ୪ ମଧ୍ୟରେ ଫର୍ମ ପୂରଣ କରିପାରିବେ। ସିଏଚ୍‌ଏସ୍‌ଇ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ଜୁନିୟର କଲେଜ ଅଧ୍ୟକ୍ଷ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛି। ଯଦି କୌଣସି ଛାତ୍ରୀଛାତ୍ର ଫର୍ମ ପୂରଣ ନ କରନ୍ତି, ତେବେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ସିଏଚ୍‌ଏସ୍‌ଇ ଦାୟୀ ରହିବ ନାହିଁ ବୋଲି କହିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ଯଦି ଡିସେମ୍ବରରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ହୁଏ ତେବେ ମାର୍ଚ୍ଚ ମାସରେ ସାଧାରଣ ନିର୍ବାଚନ ହେବା ସମ୍ଭାବନା ଅଧିକ ରହିଛି। ଗୋଟିଏ ମାସରେ ନିର୍ବାଚନ ଏବଂ ଯୁକ୍ତ ୨ ପରୀକ୍ଷା ପରିଚାଳନାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ସମ୍ଭାବନା ରହିଛି। ଏ ନେଇ ସିଏଚ୍‌ଏସ୍‌ଇର ଡେପୁଟି ପରୀକ୍ଷା ନିୟନ୍ତ୍ରଣ ପ୍ରବୋଧ କୁମାର ପଣ୍ଡା କୁହନ୍ତି, ନିର୍ବାଚନ ତାରିଖ ଘୋଷଣା ହେଲେ ସେହି ଅନୁସାରେ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯିବ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...