Home ରାଜ୍ୟ ରାଜ୍ୟରେ ବିଜେପି ସରକାର ସୁନିଶ୍ଚିତ : ଧର୍ମେନ୍ଦ୍ର

ରାଜ୍ୟରେ ବିଜେପି ସରକାର ସୁନିଶ୍ଚିତ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦକ୍ଷତା ଓ ବିଶ୍ୱସନୀୟତା ଉପରେ ଓଡିଶାବାସୀଙ୍କ ପୁରା ଭରଷା ରହିଛି । ଓଡିଶା ବଡ ପରିବର୍ତନ ଆଡେ ମୁହାଁଇଛି । ଓଡିଶାରେ ବିଜେପି ସରକାର କରିବ, ଲୋକସଭା କ୍ଷେତ୍ରରେ ଅଧିକ ଆସନ ହାତେଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇଣ୍ଡିଆ ଟୁଡେ ସର୍ଭେକୁ ନେଇ ପ୍ରକାଶିତ ରିପୋର୍ଟ ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଗୋଟିଏ ଅର୍ଦ୍ଦସତ୍ୟ ରିପୋର୍ଟକୁ ନେଇ ପ୍ରଶ୍ନ ପଚରାଯାଉଛି । ସେହି ରିପୋର୍ଟ ଲୋକସଭାରେ ବିଜେପି ଅଧିକ ବିଜୟ ହାସଲ କରିବ ବୋଲି କହୁଛି ବିଧାନସଭାରେ ବିଜେଡି କଥା କହୁଛନ୍ତି । ତେବେ ଓଡିଶାବାସୀ ମନ ବଦଳାଇଛନ୍ତି ଗୋଟିଏ ଦଳକୁ ଜିତାଇବେ ସେ ହେଉଛି ଭାରତୀୟ ଜନତାପାର୍ଟି । ଆମେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରୁଛୁ । ଓଡିଶାର ନୂଆ ପୀଢି, ମହିଳା ମାନେ ନରେନ୍ଦ୍ର ମୋଦି ସରକାର ରାଜ୍ୟରେ ବନାଇବେ ଏଥିପାଇଁ ନିଷ୍ପତି ନେଇସାରିଛନ୍ତି । ରିପୋର୍ଟକୁ ନେଇ ମୁଁ ମୁଖ୍ୟମନ୍ତ୍ରୀ ସହ ତୁଳନୀୟ ନୁହେଁ , ମୁଁ ସାଧାରଣ ଗୁଣ୍ଡୁଚି ମୂଷା ସେ ବାଳିରାଜା ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଲେ ଯେ, ନବୀନ ବାବୁ ହିସାବ ଦିଅନ୍ତୁ ସେ ଦୁର୍ନୀତି ବିରୋଧରେ କେବେ ଲଢିଥିଲେ ନା କେବେ କଠିନ ଆଭିମୁଖ୍ୟ ନେଇଥିଲେ ନା କେବେ ନିଜର ମତ ଉପରେ ସ୍ଥିର ରହିଛନ୍ତି । ଯେଉଁମାନଙ୍କୁ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ କାଢିଛନ୍ତି ବର୍ଷେ-ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ସରକାରଙ୍କୁ ଆଣିଛନ୍ତି । ସେମାନେ ଏବେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର ବନାଇଛନ୍ତି । ଏହା ସୁବିଧାବାଦୀ ରାଜନୀତିର ଅନ୍ୟନାମ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଶାସକ ଦଳର ପ୍ରଭାବଶାଳୀ ଲୋକ ଗୁଣ୍ଡାରାଜ କରୁଛନ୍ତି । ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଉଛନ୍ତି । ଏହା ପ୍ରଜତନ୍ତ୍ରରେ ଗ୍ରହଣୀୟ ନୁହେଁ । ଯଦି ନୈତିକତା ଅଛି ତାହାହେଲେ ସେଭଳି ବ୍ୟକ୍ତିଙ୍କୁ ସରକାରରୁ ତୁରନ୍ତ ବହିଷ୍କାର କରିବାର ଅଛି ।
ପେଟ୍ରୋଲ ଓ ଡିଜେଲ ଦର ନେଇ ବିଜେଡିର ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ବିଜେଡି ଦଳ ଏକ ନୈତିକ ଦେବାଳିଆ ଦଳ । ଯଦି ନୈତିକତା ଅଛି ତାହାହେଲେ ତାଙ୍କ କଥା ନହେଲା ନାହିଁ, ବିଜେପି କଥା ନହେଲା ନାହିଁ ବରିଷ୍ଠ ନାଗରିକ ଅର୍ଦ୍ଦେନ୍ଦୁ ଷଡଙ୍ଗୀ ଲେଖିଥିବା ସ୍ତମ୍ଭ ଉପରେ ଉତର ଦେବାକୁ ସରକାରଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ତେଲ ଦର ସମ୍ପର୍କରେ ରାଜ୍ୟର ଦାୟିତ୍ୱ ଅଛି କି ନାହିଁ । ରାଜ୍ୟ ସରକାର ଲାଭ ନେଉଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ୨୦୧୪ ମସିହା ସୁଦ୍ଧା ରାଜ୍ୟ ରାଜକୋଷକୁ ପେଟ୍ରୋଲଜାତ ଉତ୍ପାଦନ ସାମଗ୍ରୀ ଉପରୁ ୩୦୦୦ କୋଟିରୁ କମ୍ ଟିକସ ଆସୁଥିବା ବେଳେ ଏବେ ୭୦୦୦ କୋଟିରୁ ଅଧିକ ରାଜସ୍ୱ ଓଡିଶାର ରାଜକୋଷକୁ ଆସୁଛି । ମୁଖ୍ୟମନ୍ତ୍ରୀ ମହୋଦୟ ବିନା ପଢିକି ଏହାର ଉତର ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ତୈଳଦର ବୃଦ୍ଧି ଗରିବ ଲୋକଙ୍କୁ କଷ୍ଟ ଦେଉଛି । ଦାୟିତ୍ୱରୁ ମୁଣ୍ଡ ଖସାଇ କୁମ୍ଭୀର କାନ୍ଦଣା କାନ୍ଦିବାର ଲୋକ ସେ ନୁହଁନ୍ତି । ତୈଳଦର ହ୍ରାସ ପାଇଁ ଭାରତ ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ଆମେ ଏକ୍ସସାଇଜ ଡ୍ୟୁଟି କମାଇବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିତଣ୍ଡା ଯୁକ୍ତି କରି ଆମେ କ୍ଷତି ସହିଲୁ ବୋଲି କହିଥିଲେ । ସେଭଳି ଦାୟିତ୍ୱହୀନ ଲୋକଙ୍କ କଥାରେ ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...