State

ଧାନ ବିକିବାର ତିନି ଦିନ ମଧ୍ୟରେ ଟଙ୍କା ପାଇବେ ଚାଷୀ

  •  
  •  
  •  
  •  
  •  
  •  
  •  
ଭୁବନେଶ୍ୱର:ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ୩ଦିନ ମଧ୍ୟରେ ଯିବ ଅର୍ଥ । ଏନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତି ଗ୍ରହଣ କରାଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ବସିଥିବା ବୈଠକରେ ତିନୋଟି ମହତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ଏହା ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।  ବୈଠକରେ ଖରିପ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ସେମାନଙ୍କ ପଇସା ପାଇବେ । ୨୪ରୁ ୭୨ ଘଂଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ ।
ସେଥିମଧ୍ୟରୁ ୨୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସାଧାରଣ ବଂଟନ ପାଇଁ ରହିବ  ।  ବଳକା ଚାଉଳକୁ ଏଫସିଆଇକୁ ଦିଆଯିବା ନେଇ ନିଷ୍ପତି ହୋଇଛି । ପାକ୍ସ୍ ଏବଂ ଲ୍ୟାମ୍ପସ୍ ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି ।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...