State

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ବ୍ରହ୍ମପୁରରୁ ସୁରତ ପ୍ରତିଦିନ ୨ଟି ଲେଖାଏଁ ଟ୍ରେନ ଚଳାଅ

  •  
  •  
  •  
  •  
  •  
  •  
  •  
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଗଞ୍ଜାମ ବ୍ରହ୍ମପୁରରରୁ ଗୁଜୁରାଟର ସୁରତକୁ ଟ୍ରେନ୍ ଚଳାଚଳ କରିବାକୁ ଦାବି କରିଛନ୍ତି। ସୁରତରେ ୭ ଲକ୍ଷ ଓଡ଼ିଆ ଲୋକ ବସବାସ କରୁଛନ୍ତି। ସେଠାରେ ଥିବା ସୂତାକଳ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାରେ ଓଡ଼ିଆମାନେ କାମ କରୁଛନ୍ତି । ତେଣୁ ସେମାନଙ୍କ ସୁବିଧା ପାଇଁ ପ୍ରତିଦିନ ୨ଟି ଟ୍ରେନ୍ ଚଳାଇବାକୁ ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ମଧ୍ୟ ଅନୁରୂପ ଭାବେ ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ଆରମ୍ଭ କରିବା ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୂଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଚଳ ନଥିବାରୁ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ଯାତାୟତର ଅସୁବିଧା ହେଉଛି। ତେଣୁ ସେମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବା ଘରୋଇ ବିମାନ ସଂସ୍ଥା ପକ୍ଷରୁ ବିମାନ ସେବା ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...