State

ବରୁଣ ଧାବନ, ଅନୁଷ୍କା ଶର୍ମା ହେଲେ ସ୍କିଲ୍‌ ଇଣ୍ଡିଆ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡର

  •  
  •  
  •  
  •  
  •  
  •  
  •  
ଭୁବନେଶ୍ୱର : ସ୍କିଲ୍‌ ଇଣ୍ଡିଆ ମିଶନ ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୁକ୍ତି ସ୍ବାକ୍ଷର କରିଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ସୁଇ-ଧାଗା’ ଚଳଚ୍ଚିତ୍ରର ଏହି ଦୁଇ ମୁଖ୍ୟ କଳାକାର ଫିଲ୍ମ ମାଧ୍ୟମରେ ଭାରତର ଦକ୍ଷତାଯୁକ୍ତ ମାନବ ସମ୍ବଳକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ବିଶେଷକରି ଭାରତର ଉତ୍କୃଷ୍ଟ କଳା-କାରିଗରିକୁ ସମଗ୍ର ବିଶ୍ୱରେ ପହଞ୍ଚାଇଥିବା କାରିଗର, ଶିଳ୍ପୀ ଓ ବୁଣାକାରମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ସେହିଭଳି ଏବେ ସ୍କିଲ୍‌ ଇଣ୍ଡିଆ ମିଶନ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ଏହି ଦୁଇ କଳାକାର ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ।
‘ସୁଇ-ଧାଗା’ ଚଳଚ୍ଚିତ୍ରରେ ଧାବନ ଜଣେ ଦର୍ଜୀ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅନୁଷ୍କା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ବେଳେ ଏଥିରେ ସେ ଜଣେ ଏମ୍ବ୍ରୋଡୋରୀ କାରିଗର ଭାବେ ନଜର ଆସୁଛନ୍ତି। କଠିନ ପରିଶ୍ରମ କରି ଦିନେ ବଡ଼ ହେବାକୁ ସ୍ବପ୍ନ ଦେଖିଥିବା ଏହି ଯୋଡ଼ି ଚଳଚ୍ଚିତ୍ରରେ ଦେଶର କଳା ଓ କାରିଗରି କ୍ଷେତ୍ରରେ ଥିବା ବିକାଶର ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିଛନ୍ତି।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...