State

ଧର୍ମେନ୍ଦ୍ରଙ୍କ ପତ୍ରର ଉତ୍ତର ଦେଲେ ମେନକା- ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତିକୁ ଓଡିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆ ଯାଇଛି

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ, ଭୁବନେଶ୍ୱର :  ଦେଶର ଓଡିଶା ସମେତ ସବୁ ରାଜ୍ୟରେ ଅଙ୍ଗନବାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନବାଡୀ କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଗତ ବର୍ଷ ୨୦ ସେପ୍ଟେମ୍ବର ୨ରେ ସବୁ ରାଜ୍ୟକୁ ପତ୍ର ମାଧ୍ୟମରେ ଏବିଷୟରେ ଅବଗତ କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗତ ୨୫ ଜାନୁଆରୀରେ ଲେଖା ଯାଇଥିବା ପତ୍ରର ଉତରରେ ଶ୍ରୀମତୀ ଗାନ୍ଧୀ ଏହି ସୂଚନା ଦେଇଛନ୍ତି । ସେ ଏହି ପତ୍ରରେ ଆହୁରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ବର୍ଦ୍ଧିତ ପାରିଶ୍ରମିକ ବାବଦକୁ ତୃତୀୟ ଏବଂ ଚତୁର୍ଥ କ୍ୱାଟର୍ସ ପାଇଁ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ଓଡିଶାକୁ ୧୬୬୯୪.୩୮ ଲକ୍ଷ ଟଙ୍କା ଜାରି କରାଯାଇଛି । ଶ୍ରୀମତୀ ଗାନ୍ଧୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ଅଙ୍ଗନବାଡି ପଦବୀ ଗୁଡିକୁ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳ ମାନଙ୍କୁ ଅନୁରୋଧ କରୁଛନ୍ତି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଏ ସମ୍ପର୍କରେ କ୍ଷମତା ଦେବାକୁ ମଧ୍ୟ ଅନୁରୋଧ କରା ଯାଇଥିବା ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...