Home ରାଜ୍ୟ ପୁଣି ବିଜେଡି ବିରୁଦ୍ଧରେ କିଛି କହିଲେନି ମୋଦି, କଂଗ୍ରେସକୁ କଲେ ଟାର୍ଗେଟ୍

ପୁଣି ବିଜେଡି ବିରୁଦ୍ଧରେ କିଛି କହିଲେନି ମୋଦି, କଂଗ୍ରେସକୁ କଲେ ଟାର୍ଗେଟ୍

ବାରିପଦା: ଗତ ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନସଭାରେ ବିଜେଡି ସରକାରଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ୍ କରିଥିବା ମୋଦୀ ଆଜି ବାରିପଦାର ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ବିଜେଡି ସରକାର ପ୍ରତି ସଂପୂର୍ଣ୍ଣ ଭାବେ ନରୋମ ଆଭିମୁଖ୍ୟ ପୋଷଣ କରିଥିବା ବେଳେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ମୋଦୀଙ୍କ ଆଜିର ଭାଷଣରୁ ଏହା ବାରି ହୋଇ ପଡୁଛି ଯେ ବିଜେଡି ଶାସିତ ଓଡ଼ିଶା ସରକାରଙ୍କୁ ଆଉ ସମାଲୋଚନା କରାଯିବ ନାହିଁ। ମୋଦୀଙ୍କ ଭାଷଣରୁ ଏହା  ଅନୁମାନ କରାଯାଇପାରେ ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଜେଡିର ସମର୍ଥନ ମଧ୍ୟ ଲୋଡିପାରେ।  ମାତ୍ର ଆଜିର  ସମାବେଶରେ ମୋଦୀ ଭାଷଣ ଆରମ୍ଭରୁ  କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶର ଚୌକିଦାରକୁ ସେମାନେ ହଟାଇବାକୁ ଚାହୁଁଛନ୍ତି ଏବଂ ଦେଶର ସୁରକ୍ଷା ସହ  ସେମାନେ(କଂଗ୍ରେସ) ଖେଳୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଆଶା କରାଯାଉଥିଲା ଯେ ପିମଏ ମୋଦୀ ଖୋର୍ଦ୍ଧାରେ ଆୟୋଜିତ ଜନସମାବେଶରେ ଯେଉଁଠି ବିଜେଡିକୁ ବୁଲେଇ ବଙ୍କେଇ ହମଲା କରିଥିଲେ ସେହି ଧାରକୁ ଆଉ ଟିକେ ଶାଣିତ କରିବେ। ମାତ୍ର ମୋଦୀଙ୍କ ଭାଷଣରୁ ଆଜି ବିଜେଡି ବିରୋଧରେ ସେମିତି କୌଣସି କଡ଼ା ସମାଲୋଚନା କି ହମଲା ଦେଖିବାକୁ ମିଳିନଥିଲା। କିନ୍ତୁ ଏହି ସମାବେଶ ଜରିଆରେ ପିଏମ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ପଛେଇ ନାହାନ୍ତି। ଆଜିର ଜନସମାବେଶରୁ ଯାହା ପ୍ରତୀତମାନ ହେଉଛି ଯେ  ବିଜେଡି ବିରୋଧରେ କେନ୍ଦ୍ରୀୟ ବିଜେଡିର ରଣନୀତି ବଦଳିଛି।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...