State

ରାଜ୍ୟପାଳଙ୍କ ସହ ସିକିମର ୧୬ ଜଣ ଛାତ୍ରଛାତ୍ରୀଙ୍କ ସାକ୍ଷାତ ଆଲୋଚନା

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର :-ଭାରତ ସରକାରଙ୍କ ଗୃହ ମନ୍ତ୍ର୍ରାଳୟର ‘ଭାରତ ଦର୍ଶନ’ କାର୍ଯ୍ୟକ୍ରମରେ ସିକିମ୍ର ୧୬ ଜଣ ଛାତ୍ରଛାତ୍ରୀ ଓଡ଼ିଶାକୁ ଶୈକ୍ଷିକ ଭ୍ରମଣରେ ଆସିଥିବା ଅବସରରେ ଗୁରୁବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ । ଏହି କାର୍ଯ୍ୟକ୍ରମ ୪୧ ବାଟାଲିଅମ୍ ଇଣ୍ଡୋ-ତିବ୍ଦତାନ ବର୍ଡ଼ର ପୁଲିସ୍ ଦ୍ୱାରା ପରିଚାଳିତ ହେଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଓଡ଼ିଶା ଭ୍ରମଣ ଅନୁଭୂତି ପ୍ରକାଶ କରିବା ସହ ଓଡ଼ିଶାର ଆତିଥ୍ୟ, ପର୍ଯ୍ୟଟନସ୍ଥଳୀ ଓ ସାଧାରଣ ଜୀବନଶୈଳୀ ବେଶ ଆକର୍ଷଣୀୟ ବୋଲି ପ୍ରକାଶ କରିଥିଲେ । ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଭ୍ରମଣ ମାଧ୍ୟମରେ ପ୍ରଜ୍ଞା ଓ ବ୍ୟକ୍ତିତ୍ୱର ଅଭିବୃଦ୍ଧି ଘଟିଥାଏ । ନିଜକୁ ପ୍ରସାରିତ କରିବାରେ ଜୀବନର ସାର୍ଥକତା ରହିଛି । ସାରା ବିଶ୍ୱକୁ କୁଟୁମ୍ବ ବୋଲି ଗ୍ରହଣ କରିବା ହେଉଛି ଭାରତୀୟ ତତ୍ୱ ଓ ଦର୍ଶନ । ବିଭିନ୍ନତା ମଧ୍ୟର ଏକତା ଭାରତର ସଂପଦ ଓ ସୌନ୍ଦର୍ଯ୍ୟ । ଅନେକ ଭାଷା ଥିଲେ, ମଧ୍ୟ ଭାବ ଗୋଟିଏ ଯାହା ହେଉଛି ଭାରତୀୟତା । ଏହି ଭାବବୋଧ କୁ ପ୍ରସାରିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁ ସୂଦନ ପାଢ଼ୀ ଓ ଆଇଟିବିପିର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...