State

ନିଆଁ ଲାଗି ପୋଡ଼ିଗଲା ୨୫ ଏକରରୁ ଉର୍ଦ୍ଧ୍ୱ ଧାନ ଜମି

  •  
  • 7
  •  
  •  
  •  
  •  
  •  
    7
    Shares
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଧୂଳିଉଡ଼ା ଗାଁରେ ନିଆଁ ଲାଗି ୨୫ ଏକରରୁ ଉର୍ଦ୍ଧ୍ୱ ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି।

ରବିବାର ଅପରାହ୍ଣ ୧୨ଟାରୁ ୧ଟା ମଧ୍ୟରେ ଏହି ଅଘଟଣ ଘଟିଥିଲା। କୌଣସି କାରଣରୁ ଧାନ ବିଲରେ ନିଆଁ ଲାଗି ୨୫ରୁ ଉର୍ଦ୍ଧ୍ୱ ଚାଷ ଜମି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ଏହା ଦେଖି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ମାତ୍ର ଘଟଣାସ୍ଥଳକୁ ଯିବା ପାଇଁ ରାସ୍ତା ନଥିବାରୁ ବିଳମ୍ବରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ସାହାଯ୍ୟରେ ନିଆଁକୁ ଲିଭାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ତହସିଲଦାର, ସ୍ଥାନୀୟ ବିଧାୟକ ଓ ଆରଆଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...