Home ରାଜ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏବେ ବିଶ୍ୱପାଇଁ ମଡେଲ ସାଜିଛି-ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏବେ ବିଶ୍ୱପାଇଁ ମଡେଲ ସାଜିଛି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ଦରକାର । ଭାରତବର୍ଷର ଘରେଘରେ ଘରେ ସ୍ୱଚ୍ଛ ଇନ୍ଧନ ପଂହଚିବା ଦାୟିତ୍ୱ ନେଇ ମୋଦି ସରକାର କାମ କରୁଛନ୍ତି । ବିଶ୍ୱର ଅନେକ ଗରୀବ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ଯୋଜନାକୁ ମଡେଲ ଯୋଜନା ଭାବେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଜ୍ଜଳା କନେକଟ ଆଲୋଚନା ଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନବ ସଭ୍ୟତା ଆରମ୍ଭ ହେବା ଦିନଠୁ ଖାଦ୍ୟର ଅବଶ୍ୟକତା ଥିଲା । ଖାଦ୍ୟକୁ ପ୍ରକ୍ରିୟାକରଣ କରିବା ହେଲା ଚୁଲି ଏବଂ ଏହା ମାଧ୍ୟମରେ ଖାଦ୍ୟ ମା’ଙ୍କ ଦ୍ୱାରା ରୋଷେଇ ହେଉଥିଲା । ଚୁଲିରୁ ବାହାରୁଥିବା ଧୂଆଁରେ ଭାରତବର୍ଷରେ ୬୫ କୋଟି ମହିଳା ମାନଙ୍କ ଭିତରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ସମାଧାନର ବାଟ ଫିଟୁନଥିଲା । ହେଲେ ଗରିବ ଘରେ ଜନ୍ମ ନେଇଥିବା ପ୍ରଧାନମନ୍ତ୍ରୀ ଏକଥା ଚିନ୍ତା କରି ଏପରି ଏକ ଯୋଜନା ପ୍ରଣୟନ କଲେ । ଯାହାଦ୍ୱାରା ଭାରତବର୍ଷରେ ଆଜି ୧୦୦ରେ ପାଖାପାଖି ୯୦ ଜଣ ମହିଳାଙ୍କ ଘରେ ଉଜ୍ଜଳା ତଥା ଏଲପିଜି ଗ୍ୟାସ ପହଂଚିପାରିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଜଣେ ବ୍ୟକ୍ତି ଦୁନିଆକୁ ପରିବର୍ତନ କରିବାର ଆତ୍ମବିଶ୍ୱାସ ରଖିଲେ ତା’ନାମଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ସର୍ବଦା ନିଜ ବିଷୟରେ ନୁହେଁ ସମାଜ ତଥା ଦେଶ ବିଷୟରେ ଚିନ୍ତା କରି କାର୍ଯ୍ୟ କରିବା ଉଚିତ୍ । କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ୧୧୯୯ କାରିଗରଙ୍କୁ କେହି ମନେରଖିଲେ ନାହିଁ ବରଂ କୋଣାର୍କ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ଛୋଟ କାରିଗର ଧର୍ମପଦକୁ ଏ ଯୁଗ ମନେରଖିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉଜ୍ଜଳା ଦିଦିର ଗୀତ ପାଇଁ ଓଡିଶାର କଳାହାଣ୍ଡି ଜିଲ୍ଲା ଭାରତବର୍ଷରେ ପରିଚିତ ହୋଇପାରିଥିଲା । ଜିଲ୍ଲାର ମଦନପୁର, ଥୁଆମୂଳ,ରାମପୁର ପାଇଁ ଏହି ମାଟିର ପ୍ରଦୀପ ନାମକ ଜଣେ ଯୁବକ ଉଜ୍ଜଳା ଦିଦିର ଗୀତ ଲେଖି କଳାହାଣ୍ଡିକୁ ନୂଆ ପଚିଚୟ ଦେଇଛନ୍ତି ବୋଲି ସେ କହିଛନ୍ତ  ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...