State

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟିତ

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର :ଭବିଷ୍ୟତର ବୈଜ୍ଞାନିକଙ୍କୁ ଶିଶୁ ବିଜ୍ଞାନ କଂଗ୍ରେସ ଆଗକୁ ନେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସରକାର ଅନେକ କିଛି କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ସାଇନ୍ସ ପାର୍କ କରାଯାଇଛି । ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଆଜି ପାଞ୍ଚଦିନିଆ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟନୀ ଦିବସ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୁରୁବାର ପୂର୍ବାହ୍ଣ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ୨ରେ ଥିବା ଅଡିଟୋରିୟମରେ ପହଞ୍ଚି ଏହାକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସୋଆ ଭିସି ଅମିତ ବାନାର୍ଜୀ ସାମିଲ ହୋଇଥିଲେ। ଆଜିଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଯୋଗଦେବାକୁ ଆଜି ୧୦ ବର୍ଷରୁ ୧୭ ବର୍ଷ ବୟସ ମଧ୍ୟରେ ପ୍ରାୟ ୮ ସହ ଶିଶୁ ବୈଜ୍ଞାନିକ ରାଜଧାନୀରେ ଆସି ପହଂଚିଛନ୍ତି । ପଦଯାତ୍ରାରେ ବିଜ୍ଞାନର ବାର୍ତା ନେଇ ଏହି ଶିଶୁ ବୈଜ୍ଞାନିକମାନେ ସୋଆ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିଥିଲେ । ଭାରତ ସମେତ ୧୦ଟି ଏସିଆନ ରାଷ୍ଟ୍ରରୁ ଏହି ଶିଶୁ ବୈ ଜ୍ଞାନିକମାନେ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ସେମାନଙ୍କ ସହ ୪୦୦ ଜଣ ପ୍ରଶିକ୍ଷକ ମଧ୍ୟ ଆସି ପହଂଚିଛନ୍ତି ।

Loading...
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...