Home ରାଜ୍ୟ ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ସରକାର - କଂଗ୍ରେସ

ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ସରକାର – କଂଗ୍ରେସ

ଭୁବନେଶ୍ୱର– ଓଡିଶାରେ ବିଭିନ୍ନ ସମୟରେ ଓ ବିଭିନ୍ନ ଘଟଣା ପ୍ରବାହରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ନବୀନ ସରକାର ଆଜି ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏ ନେଇ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । କାହିଁକି ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଘଟଣାର ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓ ଏହାର ଆକ୍ସନଟେକେନ୍ ରିପୋର୍ଟକୁ ଲୋକଲୋଚନକୁ ଆଣୁନାହାନ୍ତି, ତା’ର ଉତର ରଖିବାକୁ ଦାବି କରିଛି କଂଗ୍ରେସ । ବିଗତ ଦିନରେ ଘଟିଥିବା ୬ଟି ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା – ୧) କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନମତରା ଗୁଳିକାଣ୍ଡ ଘଟଣା, ୨) ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା, ୩) ପୁରୀ ଠାରେ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ୪) ପୁରୀ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ, ୫) ଭଦ୍ରକ ଦଙ୍ଗା ଘଟଣା ଓ ୬) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କୋଟପାଡ ଠାରେ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି । ଏହି ସମସ୍ତ ୬ଟି ଘଟଣା ମଧ୍ୟରୁ କେବଳ ପ୍ରଥମ ତିନୋଟି ଘଟଣାରେ ଯଥା ନମତରା ଗୁଳିକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଓ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆର.ଡି.ସି. ସ୍ତରୀୟ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଅନ୍ୟ ତିନୋଟି ଘଟଣା ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ ମାମଲା ହେଉ ଅବା ଭଦ୍ରକ ଦଙ୍ଗା ଘଟଣା କିମ୍ବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ନିଖୋଜ ଘଟଣା ସଂପର୍କିତ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଚାପି ଦେବାକୁ ବସିଛନ୍ତି ସରକାର ଏବଂ ଏ ସଂପର୍କିତ କୌଣସି ଖବର ସରକାରଙ୍କ ପାଖରେ ନଥିବା ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ରିପୋର୍ଟରୁ ଜଣାପଡିଛି । ଏ ସମସ୍ତ ଘଟଣାରେ ଯାହା ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ସହିତ ଜଡିତ ଅଛି ତାହା ହେଲା କୋଟପାଡ ଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଆକାଶମାର୍ଗରେ ଦୀର୍ଘ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଘଟଣା ଯାହା ଉପରେ ଆର.ଡି.ସି. ତଦନ୍ତ ରିପୋର୍ଟର ସ୍ଥିତି କ’ଣ ତାହା ଲୋକଙ୍କୁ ଜଣାଇବାର ଦାୟିତ୍ୱ ନିଅନ୍ତୁ ସରକାର । ଏ ଘଟଣାରେ କେବଳ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବହିଷ୍କାର କରି ଚୁପ୍ ବସିଗଲେ ସରକାର । ପ୍ରତ୍ୟେକ ଦିନ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନବୀନ ସରକାର ଉପର ବର୍ଣ୍ଣିତ ୬ଟି ଆର.ଡି.ସି. ସ୍ତରୀୟ ତଦନ୍ତ ରିପୋର୍ଟକୁ ନିର୍ବାଚନ ପୂର୍ବରୁ ଲୋକଲୋଚନକୁ ଆଣିବା ପାଇଁ ଦାବି କରିଛି କଂଗ୍ରେସ । ଏଭଳି ୬ଟି ସମ୍ବେଦନଶୀଳ ପ୍ରସଙ୍ଗରେ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓଡିଶାବାସୀଙ୍କ ସାମ୍ନାରେ ଅନ୍ତତଃ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...