Home ରାଜ୍ୟ ବିଜେପି କର୍ମୀଙ୍କୁ ଶାହାଙ୍କ ଆହ୍ୱାନ- ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ

ବିଜେପି କର୍ମୀଙ୍କୁ ଶାହାଙ୍କ ଆହ୍ୱାନ- ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ

କଟକ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ସାଲେପୁର କୁଳିଆ ସମାବେଶରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ କଡା ମିଜାଜ୍ ବର୍ଷିଛନ୍ତି । ଶାହା କହିଛନ୍ତି ଓଡିଶା ଖଣିଜ ସଂପଦରେ ଭରପୁର କିନ୍ତୁ ଓଡିଆ ଲୋକ ଆଜି ବି ଗରିବ । କଂଗ୍ରେସ ୫୫ବର୍ଷ ଧରି ଦେଶରେ ଶାସନ କରିଥିଲା, ହେଲେ ଲୋକଙ୍କ ଗରିବ ହଟିନି । ସାଢେ ୪ବର୍ଷର ବିଜେପି ସରକାର କେନ୍ଦ୍ରରେ ବିକାଶ ପହଞ୍ଚାଇଛି, ଯାହା ରାଜ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି । ୫୫ ବର୍ଷ ହେଲା ଶାସନ କରୁଥିଲି ମଧ୍ୟ ଲୋକଙ୍କ ଘରେ ଗ୍ୟାସ, ଶୌଚଳାୟ ନଥିଲା, ମାତ୍ର ମୋଦି ଶାସନକୁ ଆସିବା ପରେ ଘରେ ଘରେ ଶୌଚାଳୟ ଓ ଗ୍ୟାସ୍ ପହଞ୍ଚିଛି । ଏହା କ’ଣ ବିକାଶ ନୁହେଁ କି ବୋଲି ଶ୍ରୀ ଶାହା ପ୍ରଶ୍ନ କରିଥିଲେ । ସାଲେପୁର ମାଟିରେ ମଧୁବାବୁ ଓଡିଆ ଭାଷା ପାଇଁ ଲଢେଇ କରିଥିଲେ । ସାରା ଓଡିଶା ଆଜି ମଧୁବାବୁଙ୍କ ପାଇଁ ଗର୍ବିତ । ଆମେ ସେହି ମଧୁବାବୁଙ୍କ କଳ୍ପନାକୁ ସାକାର କରିବା । ସଂକଳ୍ପ ନେବା, ନୂତନ ଓଡିଶା ଗଠନ କରିବା । ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବାଛିବା । ଶ୍ରୀ ଶାହା କହିଲେ ଆମ ଦଳ କର୍ମକର୍ତ୍ତାଙ୍କ ଦଳ ନେତାଙ୍କ ଦଳ ନୁହେଁ, ଏଥିପାଇଁ ଅନ୍ୟଠୁ ଭିନ୍ନ । ସମସ୍ତ ନିଷ୍ପତ୍ତି ଶକ୍ତି ହେଉଛି କେନ୍ଦ୍ର । କର୍ମୀଙ୍କ ମତ ଅନୁସାରେ ବିଜେପି ନିଷ୍ପତ୍ତି ନିଏ । ମହାନ୍ ଉକ୍ରଳ ପ୍ରଦେଶ ଆଦର୍ଶରେ କେନ୍ଦ୍ରରେ ମୋଦି ସରକାର ଗଠନ କରନ୍ତୁ । ଆମେ ଏହି ସଂକଳ୍ପ ନେବା ବୋଲି ଶ୍ରୀ ଶାହା କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ । ବିଜେପି ହେଉଛି ଆଦିବାସୀ ଓ ଗରିବଙ୍କ ସରକାର । ମାତ୍ର ରାଜ୍ୟରେ ହେଉ କି କେନ୍ଦ୍ରରେ ହେଉ, କଂଗ୍ରେସ ଲୋକଙ୍କୁ ଦିଶା ଦେଇପାରିବ ନାହିଁ । ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି । ଆଜି ଓଡିଆ ଲୋକେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଉନାହାନ୍ତି । ନବୀନ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ମୋଦିଙ୍କ ଲୋକପ୍ରିୟତା ବଢିଯିବ ବୋଲି ଆଶଙ୍କା କରି ଏପରି କରିଛନ୍ତି । ଏଣୁ ଓଡିଶାବାସୀ ନବୀନଙ୍କୁ ଜବାବ୍ ମାଗନ୍ତୁ । ପଞ୍ଚାୟତ ନିର୍ବାଚନର ଫଳାଫଳ ନବୀନ ବାବୁ ଟିକେ ଅନୁଶୀଳନ କରନ୍ତୁ । ଆଗାମୀ ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକଟିତ ହେବ । ଏବଂ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର କରିବ ବୋଲି ଶ୍ରୀ ଶାହା ଦୃଢୋକ୍ତି କରିଥିଲେ । ସେ କହିଥିଲେ ଅନ୍ୟ ରାଜ୍ୟର ବିକାଶରେ ଓଡିଆଙ୍କ ଭାଗିଦାରୀ ରହିଛି । ଏଠାରେ ପରିଶ୍ରମ କରୁଥିବା ଯୁବକ ଅଛନ୍ତି, ଖଣିଜ ସଂପଦ ଭରପୁର ରହିଛି । ତେବେ ଓଡିଶାର ବିକାଶ କାହିଁକି ହେଉନାହିଁ । ଓଡିଶାରେ ବିଜେପି ସରକାର ଗଠନ କଲେ ଓଡିଶା ଦେଶର ଏକନମ୍ବର ହୋଇପାରିବ । ଓଡିଶାର ବିକାଶ ପାଇଁ ମୋଦି ସରକାର ୨ଲକ୍ଷ ୧୧ହଜାର କୋଟି ଟଙ୍କା ଦେଇଛନ୍ତି । ଏହାଛଡା ବିଭିନ୍ନ ଯୋଜନାରେ ୫୧ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ୩୩ହଜାର କୋଟି ଟଙ୍କାର ମୁଦ୍ର ଋଣ ଦିଆଯାଇଛି । ସବୁକୁ ମିଶାଇ ଦେଲେ ୫ଲକ୍ଷ ୧୩ହଜାର କୋଟି ଟଙ୍କା ମୋଦି ସରକାର ଓଡିଶାକୁ ଦେଇଛନ୍ତି । ରାଜ୍ୟରେ ଜଳସେଚନର ସୁବିଧା ନାହିଁ, ପ୍ରତିବର୍ଷ ମରୁଡି ଆସୁଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଏଠାରେ ସୁରକ୍ଷିତ ନୁହେଁ, ଏଣୁ ରାଜ୍ୟରେ ଏକ ମଜଭୁତ ସରକାର ପାଇଁ ଓ କେନ୍ଦ୍ରରେ ପୁଣି ନରେନ୍ଦ୍ର ମୋଦି ସରକାରଙ୍କୁ ଆଣିବା ପାଇଁ ଓଡିଶାବାସୀ ଏତିକିବେଳେ ନିଷ୍ପତ୍ତି ନିଅନ୍ତୁ । କେବଳ ମୋଦି ହିଁ ମଜବୁତ ସରକାର ଦେଇପାରିବେ । ସେ ପୁଣି କହିଲେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ୪ହଜାର କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । ଆଦିବାସୀ କଲ୍ୟାଣ ପାଇଁ ମୋଦି ସରକାର ଖଜଣା ଖୋଲିଦେଇଛନ୍ତି । ୧୯ବର୍ଷ ଧରି ଏଠାରେ ନବୀନ ସରକାର ଚାଲିଛି । ୧୯ରେ ନିର୍ବାଚନ ହେବ । ବିଜେଡି ସରକାରକୁ ଏଠାରେ ସମାପ୍ତ ଦିଅ । ଆଗରୁ କଂଗ୍ରେସ ସରକାର ଓଡିଶାବାସୀ ଦେଖିଛନ୍ତି, ହେଲେ ଏବେ ୫ବର୍ଷ ମୋଦିଙ୍କୁ ସରକାରଙ୍କୁ ଆଣି ରାଜ୍ୟବାସୀ ଦେଖନ୍ତୁ । କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଜଣେ ଜୀବ ଓ ଜଣେ ଆସିବ, ହେଲେ ଓଡିଶାର ବିକାଶ ହେବ । କେବଳ ବିଜେପି ହିଁ ଓଡିଶାର ବିକାଶ କରିବ ବୋଲି ଶ୍ରୀ ଶାହା କହିଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଶାହା ଆସନ୍ତା ୩ ତାରିଖରେ ପୁଣି ପୁରୀ ଗସ୍ତରେ ଆସିବେ ବୋଲି ଜଣାପଡିଛି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...