Home ରାଜ୍ୟ ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ଭୁବନେଶ୍ୱର : ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ଓଟିଭିର ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ସମନ ଅନୁଯାୟୀ ହାଜର ହୋଇଥିଲେ । ଶ୍ରୀମତୀ ପଣ୍ଡା ସ୍ୱାଧୀକାର କମିଟି ଆଗରେ ନିଜର ତଥ୍ୟ ରଖିବା ପରେ କମିଟିର ଅଧ୍ୟକ୍ଷ ପ୍ରତାପ ଜେନା କହିଥିଲେ ଶ୍ରୀମତୀ ପଣ୍ଡା କମିଟି ଆଗରେ ତାଙ୍କର ପକ୍ଷ ରଖିଛନ୍ତି । ତେବେ ଏହା ଅସଂପୂର୍ଣ୍ଣ ରହିଛି । ଆଉଥରେ ଶ୍ରୀମତି ପଣ୍ଡାଙ୍କୁ କମିଟି ଆଗରେ ହାଜର ପାଇଁ ସମନ କରାଯିବ । ଶ୍ରୀମତୀ ପଣ୍ଡା ବିଧାନସଭା ପରିସରରୁ ବାହାରିବା ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଓଟିଭିକୁ ଜାଣିଶୁଣି ସାଂଘାତିକ ଭାବେ ହଇରାଣ କରାଯାଉଛି । ଗତ ୨୨ ବର୍ଷ ଧରି ଆମେ ଏମିତି ପରିସ୍ଥିତିର ସାମ୍ନା କରିନଥିଲୁ । ଓଟିଭି ପ୍ରତି ବିଭିନ୍ନ ଆଡୁ ଜାଣିଶୁଣି ପ୍ରତବନ୍ଧକ ସୃଷ୍ଟି କରାଯାଉଛି । ଓଟିଭି ମ୍ୟାନେଜମ୍ୟାଣ୍ଟ କେବେ ନ୍ୟୁଜରେ ହସ୍ତକ୍ଷେପ କରେନାହିଁ । ଓଟିଭିକୁ ରାଜ୍ୟରେ ସର୍ବାଧିକ ଦର୍ଶକ ଦେଖନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ବିଧାନସଭା ଅଧିବେଶନ କାଳରେ ଓଟିଭି ବାଚସ୍ପତିଙ୍କ ଗୃହ ପରିଚାଳନା ନେଇ ଏକ ଖବର ପ୍ରସାରଣ କରିବା ସହିତ ସରକାରଙ୍କ ନିର୍ଦ୍ଦେଶରେ ବାଚସ୍ପତି କାର୍ଯ୍ୟ କରୁଥିବାର ଏକ ଦୃଶ୍ୟ ଟିଭି ପରଦାରେ ବାରମ୍ବାର ଦେଖାଇଥିଲା । ଯାହାକୁ ନେଇ ବିରୋଧୀ ଦଳ ସଚେତକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଗାରିମା ଓ ଗୃହର ମର୍ଯ୍ୟାଦାହାନୀ ହୋଇଥିବା ନେଇ ସ୍ୱାଧୀକାର ନୋଟିସ୍ ଦେଇଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରି ସ୍ୱାଧୀକାର କମିଟିକୁ ପଠାଇଥିଲେ ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...