State

ଆଜି ମିଳିବ କାଳିଆ ଟଙ୍କା, ପୁରୀରେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

  •  
  • 1
  •  
  •  
  •  
  •  
  •  
    1
    Share
ପୁରୀ :ଆଜି ପୁରୀ ମାଳତୀପାଟପୁରରେ ବିଜେଡି ବିଶାଳ କୃଷକ ସମାବେଶର ଆୟୋଜନ କରିଛି । ଏହି ଚାଷୀ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ‘କାଳିଆ ‘ଯୋଜନାରେ ଟଙ୍କା ବଂଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ଚାଷୀ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ  ପ୍ରାୟ ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି । ବଳକା ଆବେଦନକାରୀଙ୍କୁ ଏହି ଯୋଜନାରେ ପରେ  ସହାୟତା ଟଙ୍କା ପ୍ରଦାନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ମାଲତୀପାଟପୁର ରାହାଙ୍ଗିରିଆ ପଡିଆରେ ଆୟୋଜିତ ହୋଇଥିବା ବିଶାଳ ସମାବେଶରେ ସେ ଯୋଗ ଦେବେ । ଏହି ସମାବେଶରେ   ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ୧ ଲକ୍ଷ ଚାଷୀଙ୍କର ସମାଗମ ହେବାର ସମ୍ଭାବନା ରହିଛି ।   ନବୀନଙ୍କ ଗସ୍ତ ପୂର୍ବରୁ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିଛି । ଗଣ୍ଡଗୋଳ ଆଶଙ୍କାରେ ତାଙ୍କୁ ପୋଲିସ ଶ୍ରୀମନ୍ଦିର ସମ୍ମୁଖରୁ ଉଠାଇ ନେଇଛି । ଗସ୍ତକୁ ବିରୋଧ କରିବା ଆଶଙ୍କାରେ ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...