Home ରାଜ୍ୟ ଖରିଫ ଧାନ ସଂଗ୍ରହ ୨୫ ପ୍ରତିଶତ ବୃଦ୍ଧି

ଖରିଫ ଧାନ ସଂଗ୍ରହ ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର :- ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ବିଗତ ବର୍ଷ ଅପେକ୍ଷା ୨୫ ପ୍ରତିଶତ ଅଧିକ ଆଦାୟ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଗତ ଖରିଫ ଋତୁରେ ୨୨ ଲକ୍ଷ ୨୨ ହଜାର ୩୪୦.୮୩ ମେଟ୍ରିକଟନ ଧାନ ସଂଗ୍ରହ ହୋଇଥିଲା ବେଳେ ଚଳିତ ବର୍ଷ ୨୭ ଲକ୍ଷ ୭୩ ହଜାର ୯୯୧.୧୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ବରଗଡ ଜିଲ୍ଲାରୁ ସବାଧିକ ୫୮୧୧୭୩.୧ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରୁ ସର୍ବନିମ୍ନ ୪୦୨୬.୫୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ୧୮.୦୧.୨୦୧୯ ସୁଦ୍ଧା ରାଜ୍ୟ ସମବାୟ ସମିତି ୨୭,୫୯୨୭୦ ମେଟ୍ରିକ୍ ଟନ୍ ଓ ମାର୍କଫେଡ୍ ୧୪,୭୨୦.୯ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛନ୍ତି । ଧାନ ବାବଦରେ ମୋଟ୍ ୪,୮୫୪.୪୨ କୋଟି ଟଙ୍କା ଦିଆଯିବାକୁ ଥିବା ବେଳେ ୩,୯୭୭.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ସମୁଦାୟ ୩୩୪ଟି ବ୍ଳକ୍ ଏବଂ ପୌରାଂଚଳରେ ଥିବା ୨୫୩୩ ଟି ପ୍ୟାକ୍ସ ଓ ୩୧୦୨ ପିପିସି ମାଧ୍ୟମରେ ଧାନ ସଂଗ୍ରହ ହୋଇଛି । ୧ କୋଟି ୨୦ ଲକ୍ଷ୮ ହଚାର ୮୩ ଜଣ ଚାଷୀ ପଂଜୀକୃତ ହୋଇଥିବା ବେଳେ ୪,୭୮,୧୮୯ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି । ୮୩ ଲକ୍ଷ ୬ ହଜାର ୯୮୧.୮ ମେଟ୍ରିକ୍ ଟନ୍ ଧାନ ବଳକା ରହିଛି । ୧୨୪୪ ମିଲର ୨୭, ୫୩,୦୪୯ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିବା ବେଳେ ମଣ୍ଡିରେ ବଳକା ୨୦୯୪୨.୪ ମେଟ୍ରିକ୍ ଟନ୍ ଧାନ ରହିଛି ।

ରାଜ୍ୟର ଖବର

ମ୍ୟାଟ୍ରିକ ପରୀକ୍ଷାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ;୫୦ ମାର୍କ ଓଏମଆର ୩୦ ମାର୍କ ସବଜେକ୍ଟିଭ୍‌

ମେଟ୍ରୋ ଟିଭି ବ୍ୟୁରୋ : ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ...

ଜାନୁୟାରୀ ପ୍ରତି ଶନିବାର ବନ୍ଦ ରହିବ କୋର୍ଟ

ମେଟ୍ରୋ ଟିଭି ବ୍ୟୁରୋ : ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ ବନ୍ଦ ରହିବ । ଏହାର ଅଫିସ୍‌, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ଆଦି...

ଜାନୁୟାରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ...

ଦେଶ-ବିଦେଶ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଦେଶରେ ମିଳିବ ସମସ୍ତଙ୍କୁ ମାଗଣାରେ କରୋନା ଟିକା

ମେଟ୍ରୋ ଟିଭି ବ୍ୟୁରୋ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ଜେଟ୍‌ର ବିମାନେସବା ଆରମ୍ଭ

ମେଟ୍େରା ଟିଭି ବ୍ୟୁରୋ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସ୍ପାଇସ୍‌ଜେଟ୍‌ବିମାନ ସେବା ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ମେଟ୍ରୋ ଟିଭି ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା...