State

୨୬ରୁ ଟଙ୍କା ପାଇବେ “କାଳିଆ’ ହିତାଧିକାରୀ

  •  
  • 8
  •  
  •  
  •  
  •  
  •  
    8
    Shares

ଭୁବନେଶ୍ୱର  : କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଇବା ପାଇଁ ବର୍ତମାନ ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କ ଆବେଦନପତ୍ରର ବୈଧତାକୁ ଯାଂଚ କରାଯିବ । ଯାଂଚ ପରେ ତାଲିକା ପ୍ରସ୍ତୁତ ହେବ ଏବଂ ସହାୟତା ଯୋଗାଇ ଦିଆଯିବ । ଏହି ସହାୟତା ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖଜମା କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଜାନୁଆରୀ ୨୬ ତାରିଖ ସୁଦ୍ଧା କାଳିଆ ଯୋଜନାରେ ଟଙ୍କା ଯୋଗାଇ ଦିଆଯିବ ।
ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ନୂତନ ଭାବେ ଆବେଦନ କରିଥିବା ହିତାଧିକାରୀଙ୍କ ତାଲିକା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଯାଂଚ କରାଯିବ । ଯାଂଚ ତାଲିକା ଦିଆଯିବା ପରେ ହିତାଧିକାରୀଙ୍କ ଆକାଉଂଟକୁ ଟଙ୍କା ପଠାଯିବ । ବର୍ତମାନ ସୁଦ୍ଧା ନୂତନ ଆବେଦନକାରୀଙ୍କ ବ୍ୟତୀତ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ।
·ଷୀଙ୍କୁ ସହାୟତା ପାଇଁ “କାଳିଆ’ ଯୋଜନା ଘୋଷଣା ପରେ ପଂ·ୟତ ଅଫିସରେ ଆବେଦନ ପାଇଁ ଲମ୍ବା ଲାଇନ୍ ଲାଗୁଛି । ପୂର୍ବରୁ କାଳିଆ ଯୋଜାନାର ଆବେଦନ ତାରିଖ ୧୦ ତାରିଖ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଫର୍ମ କମ୍ ହେଉଥିବାରୁ ବିଭିନ୍ନ ଅଂଚଳରୁ ଅଭିଯୋଗ ଆସିଥିଲା । ଟଙ୍କା ଦେଇ ଫର୍ମ ବିକ୍ରି କରୁଥିବାର ମଧ୍ୟ ଅଭିଯୋଗ ଆସିଥିଲା । ତେବେ ତୁରନ୍ତ ଫର୍ମ ଗୁଡ଼ିକର ଜେରକ୍ସ କରାଇ ଲୋକଙ୍କୁ ଯୋଗାଇ ଦେବାପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଅ ।ଯାଇଥିଲା । ଲୋକଙ୍କ ସୁବିଧା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଆବେଦନ ତାରିଖ ଆଉ ୫ ଦିନ ବୃଦ୍ଧି କରାଇଥିଲେ । ପ୍ରଥମ ପର୍ଯ୍ୟାୟ ଅ ।ବେଦନ ୧୫ ତାରିଖକୁ ଘୁଂଚିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଆବେଦନ କରାଯାଇପାରିବେ ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...