State

ଚାଷୀଙ୍କ ପାଇଁ “କାଳିଆ’, ଯୋଜନାରେ ରହିଛି କୃଷକଙ୍କ ପାଇଁ ଅନେକ ସୁବିଧା

  •  
  • 1
  •  
  •  
  •  
  •  
  •  
    1
    Share

 

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଚାଷୀଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାଣ୍ଟ ଫର୍ ଲାଇଭଲିହୁଡସ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନାକୁ କ୍ୟାବିନେଟ ମଞ୍ଜୁରି ଦେଇଛି। ଏହି ଯୋଜନା ଚାଷ ଓ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ।    ଆଜି ଅପରାହ୍ଣ ୪ଟା ୩୦ରେ ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ବୈଠକରେ କୃଷକଙ୍କ ଆର୍ଥିକ ସହାୟତା ପାଇଁ କାଳିଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ ହେବ।  ଚାଷୀ, ଭାଗଚାଷୀ ପ୍ରମୁଖଙ୍କୁ କାଳିଆ ଯୋଜନାରେ ସହାୟତା ମିଳିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ସହାୟତା ମିଳିବ। ପ୍ରତିବର୍ଷ ଚାଷ କାର୍ଯ୍ୟ ପାଇଁ ୧୦ ହଜାର ଟଙ୍କା ମିଳିବ।  ଖରିଫ ଋତୁ ପାଇଁ ୫ ହଜାର ଓ ରବି ଋତୁ ପାଇଁ ୫ ହଜାର ଟଙ୍କା ମିଳିବ। ଚାଷୀମାନେ ଉକ୍ତ ଟଙ୍କାରେ ବିହନ, ସାର ଓ କୀଟନାଶକ ପାଇଁ ମଧ୍ୟ କିଣିପାରିବେ।  ସେହିପରି ଚାଷ ଜମିନଥିବା କୃଷକଙ୍କ ଜୀବିକା ପାଇଁ ଆର୍ଥିକ ସହାୟତା ମିଳିବ। ଛେଳି ପାଳନ,ବତକ ପାଳନ ଓ ମାଛ ଚାଷ ଆଦି ପାଇଁ ସହାୟତା ମିଳିବ। ଏ ଯୋଜନାରେ ପରିବାର ପିଛା ୧୨ ହଜାର ୫୦୦ ଟଙ୍କା ସହାୟତା ମିଳିବ। ୧୦ ଲକ୍ଷ ପରିବାରକୁ ୩ ବର୍ଷରେ ୧୨୫୦ କୋଟି ଟଙ୍କାର ସହାୟତା ମିଳିବ।  ପୂର୍ବୋକ୍ତ ଦୁଇଟି ଯୋଜନାରେ ନଥିବା ୫ ଲକ୍ଷ ଚାଷୀ ମଧ୍ୟ ସହାୟତା ପାଇବେ। ମୋଟ ୩୦ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ।
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...