Home ରାଜ୍ୟ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ବର୍ଷା- ବିଜେପି ସରକାର ଆସିଲେ ୧ଟଙ୍କାରେ ଡାଲି, ଚାଉଳ, ଲୁଣ

ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ବର୍ଷା- ବିଜେପି ସରକାର ଆସିଲେ ୧ଟଙ୍କାରେ ଡାଲି, ଚାଉଳ, ଲୁଣ

ଚୌଦ୍ୱାର): ଚୌଦ୍ୱାର ନିର୍ବାଚନୀ ସଭାରେ ଭାଜପା ପକ୍ଷରୁ ଏକ ବଡ଼ ଧରଣର ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଭାଜପା ସରକାରକୁ ଆସିଲେ ମାତ୍ର ୧ ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦିଆଯିବ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଘୋଷଣା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ଭାଜପା କ୍ଷମତାକୁ ଆସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀ ଏହି ସୁବିଧା ପାଇପାରିବେ। ସେମାନଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି, ୫ଶହ ଗ୍ରାମ ଲୁଣ ମିଳିବ। ପ୍ରକାଶଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କିକିଆ ଚାଉଳ ଯୋଜନା ଘୋଷଣା କରି ରାଜ୍ୟରେ ୧୯ ବର୍ଷ ଧରି କ୍ଷମତାରେ ରହିଆସୁଥିବା ଯୋଗୁ ଭାଜପା ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏପରି ଘୋଷଣା କରାଯାଇଥିବା କୁହାଯାଉଛି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...