State

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ନବ

  •  
  • 3
  •  
  •  
  •  
  •  
  •  
    3
    Shares
ଝାରସୁଗୁଡା:ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି କଂଗ୍ରେସ ଛାଡିଥିବା ଝାରସୁଗୁଡା ବିଧାୟକ ନବ ଦାସ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ଦଳୀୟ ସଭାରେ ଶଂଙ୍ଖ ଫୁଙ୍କିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାରେ ଏକ ଦଳୀୟ ସଭାରେ ଯୋଗ ଦେଇଥିଲେ । ଏହି ସଭାମଂଚରେ ନବ ବିଜେଡିରେ ଯୋଗ ଦେଇଛନ୍ତି । ନବଙ୍କ ସହ ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ୮ ସଦସ୍ୟ ଏବଂ ସମସ୍ତ ବ୍ଲକର କଂଗ୍ରେସ ସଭାପତି ବିଜେଡିରେ ମିଶିଛନ୍ତି । ଅନ୍ୟମାନଙ୍କ ସହ ସଭାରେ ବିଧାୟକ ଦେବାଶିଷ ସାମନ୍ତରାୟ, କିଶୋର ମହାନ୍ତି, ସଂଜୟ ଦାସବର୍ମା ଆଦି ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ କି, ଗତ ୧୬ ତାରିଖରେ ନବ କଂଗ୍ରେସରୁ ଇସ୍ତଫା ଦେବା ସହ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ । ସେ ବିଜେଡିରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ  । ଏହାପୂର୍ବରୁ ପ୍ରାୟ ଏକ ମାସ ଧରି ନବ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।

Loading...
  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...