State

ଜଳିଗଲା ୨ ବସ୍

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର :  ଭୁବନେଶ୍ୱର ଖଣ୍ଡଗିରି ନିକଟ ଏକ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ପାର୍କିଂ କରାଯାଇଥିବା ୨ଟି ଯାତ୍ରୀବାହୀ ବସ୍ ଜଳିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଘଟଣାଟି ଭୋର ସମୟରେ ଘଟିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲା । ତେବେ ବସ୍ ୨ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ବସ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଟଣାଯାଇଥିଲା । ତେଣୁ କୌଣସି କାରଣରୁ ଏହି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଦ୍ୱୟରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...