State

ବାୟୋ ଡିଜେଲ୍ ପ୍ଲାଂଟକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ/ଭୁବନେଶ୍ୱର : ବାୟୋଡିଜେଲ୍ ଉର୍ଜା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିପାରିବ ବୋଲି ନୂଆଦିଲ୍ଲୀ ଠାରେ ଭିଡିଓ କନଫରେନ୍ସି ଯୋଗେ ବାୟୋ ଡିଜେଲ୍ ପ୍ଲାଂଟର ଉଦଘାଟନ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟବହୃତ ରନ୍ଧନ ତୈଳରୁ ୟୁରୋପରେ ବାୟୋଡିଜେଲ୍ ପ୍ରସ୍ତୁତ କରୁଥିବା ମୁଏନଜର
କମ୍ପାନୀ ଏହି ପ୍ରକଳ୍ପ ସ୍ଥାପନା କରିଛି । ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏହି ପ୍ଲାଂଟ୍ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲରେ ପରିବର୍ତିତ କରିବ । ଏହା ଭାରତର ଉର୍ଜା ସୁରକ୍ଷାକୁ ଆହୁରି ସୁରକ୍ଷିତ କରିବା ସହ ଉର୍ଜାର ବୈକଳ୍ପିକ ସ୍ରୋତକୁ ବୃଦ୍ଧି କରିବାରେ ସହାୟକ ହେବ । ସେମାନେ ଭାରତର ଜୈବ ଇନ୍ଧନ କାର୍ଯ୍ୟକ୍ରମରେ ନିବେଶ କରିବା ପାଇଁ ଆମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକାର କରିଥିବାରୁ ସେ ଖୁସିବ୍ୟକ୍ତ କରୁଛନ୍ତି । ଉଦ୍ଘାଟିତ ହୋଇଥିବା ବାୟୋ-ଡିଜେଲ୍ ପ୍ଲାଂଟ୍ ଫଳରେ ଭାରତରେ ମୁଏନଜର ବାୟୋଇଣ୍ଡଷ୍ଟ୍ରୀ ଔପଚାରିକ ଭାବରେ ପ୍ରବେଶ କରିବାର ପ୍ରତୀକ ବୋଲି ସେ କହିଛନ୍ତି । ମୁଏନଜର୍ ପ୍ଲାଂଟ ବାୟୋ-ଡିଜେଲର ଆବଶ୍ୟକତାକୁ ପୂରଣ କରିବ । ସଚେତନତା ସୃଷ୍ଟି କରିବା ସହ ଚେନ୍ ଇନଫ୍ରାଷ୍ଟକଚର୍ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଉଦ୍ୟମୀଙ୍କୁ ତିଆରି କରି ଏକ ଉଦାହରଣ ସୃଷ୍ଟି କରିବାରେ ବଡ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଏହା ମୁମ୍ବାଇର ପ୍ରଥମ ଶତ ପ୍ରତିଶତ ୟୁକୋ (ବ୍ୟବହୃତ ରନ୍ଧନ ତୈଳ) ଆଧାରିତ ବାୟୋ ଡିଜେଲ୍ ପ୍ଲାଂଟ ହେବ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...