State

ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

  •  
  • 3
  •  
  •  
  •  
  •  
  •  
    3
    Shares

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତ ଅବସରରେ ସୁବର୍ଣ୍ଣରେଖା ବନ୍ଦର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ସହିତ ଟାଟା ଷ୍ଟିଲ ଏହି ବନ୍ଦର ସ୍ଥାପନ କରିବ । ଏଥିପାଇଁ ପ୍ରାୟ ୫ହଜାର କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟ ବ୍ୟୟ ଅଟ୍ଟକୋଳ ରହିଥିବା ଏଥିରେ ୧୨ଟି ବର୍ଥ ରହିବ । ବାର୍ଷିକ ୨୫ରୁ ୫୫ ମିଲିୟନ ମେଟ୍ରିକ ଟନ୍ କାରବାର କରିବାର କ୍ଷମତା ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳାନ୍ୟାସ ଉତ୍ସବରେ କହିଛନ୍ତି । ସେ କହିଛନ୍ତି ଏହି ବନ୍ଦର ପାଇଁ ୧୨ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଏହା ରାଜ୍ୟର ଅର୍ଥନୈତିକ ମାନଚିତ୍ରରେ ଏକ ମାଇଲଖୁଣ୍ଟ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୋଗରାଇ ବ୍ଲକ ଅନ୍ତର୍କତ ତାଳସାରି ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୪ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ ଶିଳାନ୍ୟାସ କରିଥିବା ବେଳେ ବାନ୍ତେଇଠାରେ ୨୪୦ କୋଟି ଟଙ୍କାର ବ୍ୟୟ ଅଟ୍ଟକୋଳରେ ଏକ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ସେହିଭଳି ତାଳସାରିର ବିକାଶ ପାଇଁ ସରକାରଙ୍କଠାରୁ ଅର୍ଥର ଅଭାବ ରହିବ ନାହିଁ ବୋଲି ଘୋଷଣା କରିଥିଲେ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...