State

ଶିକ୍ଷକଙ୍କ ପାଇଁ ଖୁସି ଖବର : ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଂଘର କ୍ୟାଡର ପୁନର୍ଗଠନ ଦାବିକୁ ମାନିନେଇଛନ୍ତି ରାଜ୍ୟ ସରକାର। ବୁଧବାର ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିବା ଜଣାଯାଇଛି। ଏହା ଦ୍ୱାରା ୭୨ ହଜାର ପ୍ରାଥମିକ ଶିକ୍ଷକ ଉପକୃତ ହେବେ। ସେହିପରି ସେମାନଙ୍କ ୨୮ ଶହ ଗ୍ରେଡ ପେକୁ ମଧ୍ୟ ସରକାର ମାନି ନେଇଥିବା ସୂଚନା ମିଳିଛି।

ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ବୃଦ୍ଧି ନେଇ ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ସଚିବ ଉପସ୍ଥିତ ରହିଥିଲେ। ବୈଠକରେ ଏ ବିଷୟରେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ୨୨ଶହରୁ ୨୮ ଶହ ଟଙ୍କାକୁ ବୃଦ୍ଧି କରିବା ସହିତ ଓଡିଶା ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିଲେ।

କ୍ୟାଡର ପୁନର୍ଗଠନ ହେବା ଫଳରେ ୭୨ ହଜାର ୫୬୩ ଜଣ ଶିକ୍ଷକ ଉପକୃତ ହେବେ। ୩ଟି ଲେବଲ୍‌ରେ ପଦୋନ୍ନତି ଦିଆଯିବାକୁ ଥିବା ବେଳେ ଲେବଲ ୨, ଲେବଲ ୪ ଓ ଲେବଲ ୫ରେ ଶିକ୍ଷକମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ।

Loading...
Loading...

Join The Discussion

Loading...