State

୩୮ଟି ଆହାର କେନ୍ଦ୍ରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ କରି ରାଜ୍ୟର ଆଉ ୧୭ଟି ଜିଲ୍ଲାରେ ନୂତନ ଭାବେ ୩୮ ଆହର କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ୨୦୧୫ ଅପ୍ରେଲ ପହିଲାରେ ରାଜ୍ୟ ସରକାର ଏହି ଯୋଜନା ଶୁଭାରମ୍ଭ କରିବା ପରେ ଗରୀବ ଶ୍ରେଣୀ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା । ମାତ୍ର ୫ ଟଙ୍କା ଦେଇ ସୁଧ ଭାତ-ଡାଲମା ସାଧାରଣ ଲୋକେ ଭୋଜନ କରି ପାରୁଛନ୍ତି । ଏହାକୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରୁ ବ୍ୟାପ୍ତ କରାଇଥିଲେ । ଇତି ମଧ୍ୟରେ ୩୦ଟି ଜିଲ୍ଲାର ୧୪୪ଟି ସହରାଞ୍ଚଳରେ ଥିବା ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ଓ ହସ୍ପିଟାଲ ନିକଟରେ ଆହାର କେନ୍ଦ୍ର ସ୍ଥାପନ କରାଯାଇଛି । ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ଲକ୍ଷ ଲୋକ ଆନନ୍ଦ ଭୋଜନ କରିପାରୁଛନ୍ତି । ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କୁପନ ସଂଗ୍ରହ କରି ଏହି ଆହାର ଯେକୌଣସି ସାଧାରଣ ଲୋକ ଖାଇପାରୁଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ସଦରମହକୁମା, ଉପଖଣ୍ଡ ହସ୍ପିଟାଲ ଆଦି ସ୍ଥାନରେ ରାତ୍ରୀକାଳୀନ ୫୬ଟି ଆହାର କେନ୍ଦ୍ର ଖୋଲି ଭୋଜନ ଯୋଗାଇ ଦିଆଯାଉଛି । ଏଥିରେ ପ୍ରାୟ ୧୫ହଜାର ଲୋକ ଦୈନିକ ଉପକୃତ ହେଉଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...