Home ରାଜ୍ୟ ଦିଲ୍ଲୀ ମହିଳା କମିଶନରଙ୍କ ଚିଠି ମୁଖ୍ୟମନ୍ତ୍ରୀ ଓ ପୋଲିସର ପାରିବାପଣିଆର ପ୍ରମାଣପତ୍ର: ବିଜେପି

ଦିଲ୍ଲୀ ମହିଳା କମିଶନରଙ୍କ ଚିଠି ମୁଖ୍ୟମନ୍ତ୍ରୀ ଓ ପୋଲିସର ପାରିବାପଣିଆର ପ୍ରମାଣପତ୍ର: ବିଜେପି

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଗୃହ ବିଭାଗର ପୋଲିସ ନାବାଳିକା ଧର୍ଷଣକାରୀ ଆଉ ଅପହରଣକାରୀଙ୍କୁ ସାହାଯ୍ୟ କରେ ଆଉ ସୁରକ୍ଷା ଦିଏ । ଏକଥା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ଆଗରୁ ଅନେକ ଥର କହି ଆସିଛି । ଏବେ ଏକଥାରେ ମୋହର ମାରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିଓାଲ । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କର ସେହି ଗୋଟିଏ ଚିଠି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ଭୟଙ୍କର ଦୃର୍ବଳତାକୁ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସେହି ଚିଠିଟି ହେଉଛି ମୁଖ୍ୟମନ୍ତ୍ରୀ ଓ ଓଡିଶା ପୋଲିସର ଅପାରଗତାର ପ୍ରମାଣପତ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ।
ଯେତେବେଳେ ୨୦୧୭ ମସିହାରେ ସୁନ୍ଦରଗଡର ସେହି ୧୬ ବର୍ଷୀୟା ନାବାଳିକା ଝିଅଟିକୁ ଜଣେ ୪୦ ବର୍ଷିଆ ଲୋକଟି ଅପହରଣ କରିଲା ସେତେବେଳେ ଝିଅଟିର ବାପା ପୋଲିସରେ ଅଭିଯୋଗ ଦେଇଥିଲେ । ହେଲେ ଲାଠିପଡା ପୋଲିସ ନିଷ୍କ୍ରିୟତା ପ୍ରକାଶ କରି ସେହି ଘଟଣାରେ କୌଣସି ପଦକ୍ଷେପ ନେଲା ନାହିଁ । ପୋଲିସ ସେହି ଅପହର୍ତାକୁ ନିଜ ହାତପାହାନ୍ତାରୁ ଛାଡିଦେଲା । ଜଣେ ନାବାଳିକା ଅପହର୍ତାଙ୍କୁ ପୋଲିସ୍ କାହିଁକି ଜାଣିଶୁଣି ଛାଡିଲା? କାହାର ଚାପ୍ରେ ପୋଲିସ ଏପରି କରିଲା ବୋଲି ଶ୍ରୀମତି ପରିଡା ପ୍ରଶ୍ନ କରିଛନ୍ତି ।
ପରେ ଅପହର୍ତାମାନେ ସେହି ଝିଅଟିକୁ ରାଜସ୍ଥାନରେ ବିକ୍ରି କରି ଦେଇଥିଲା । ସବୁ ଜାଣିଶୁଣି ବି ଓଡିଶା ପୋଲିସ କିଛି କଲା ନାହିଁ ବୋଲି ଶ୍ରୀମତି ପରିଡା କହିଛନ୍ତି ।
ଓଡିଶା ପୋଲିସ ନ୍ୟାୟ ଦେବାରେ ବିଫଳ ହେବା କାରଣରୁ ସବୁ କ୍ଷେତ୍ରରୁ ନିରାଶ ହେଲା ପରେ ଝିଅଟିର ବାପା ଦିଲ୍ଲୀ ମହିଳା କମିଶନଙ୍କ ପାଖରେ ଅଭିଯୋଗ କଲେ । ଦିଲ୍ଲୀ ମହିଳା କମିଶନ ଗୋଟିଏ ଦିନରେ ଝିଅଟିକୁ ଉଦ୍ଧାର କରିପାରିଲେ । ଯାହା ଓଡିଶା ପୋଲିସ ୨ ବର୍ଷରେ କରିପାରିଲେ ନାହିଁ ତାହା ଦିଲ୍ଲୀ ପୋଲିସ ଗୋଟିଏ ଦିନରେ କରିପାରିଲା । ସେହି ଅପହରଣ ମାମଲାରେ ଓଡିଶା ପୋଲିସର ସିଧାସଳଖ ସମ୍ପୃକ୍ତି ଅଛି ଏକଥା ଆଜି ପ୍ରମାଣିତ ବୋଲି ଶ୍ରୀମତି ପରିଡା କହିଛନ୍ତି ।
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଚିଠି ଦେବାର ଆଜକୁ ୨ ଦିନ ହୋଇଗଲାଣି ହେଲେ ନବିନ ବାବୁ ଆଜି ଯାଏଁ କାହିଁକି ମନ୍ତ୍ୟବ ଦେଉନାହାନ୍ତି । କାହିଁକି ସମ୍ପୃକ୍ତ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏହା ଗୋଟିଏ ଘଟଣା ବୋଲି ଶ୍ରୀମତି ପରିଡା କହିଛନ୍ତ

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...