Home ରାଜ୍ୟ ଟ୍ରକ୍‌କୁ ପଛରୁ ପିଟିଲା ସ୍କର୍ପିଓ, ୨ମୃତ

ଟ୍ରକ୍‌କୁ ପଛରୁ ପିଟିଲା ସ୍କର୍ପିଓ, ୨ମୃତ

ଭଦ୍ରକ :  ଭଦ୍ରକ ଜିଲା ଚାନ୍ଦବାଲି ରାସ୍ତାର ତିହିଡ଼ି ବଜାର ସିନେମା ହଲ ଛକରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ସ୍କୋର୍ପିଓ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଦିଲ୍ଲୀପ ରାଉତ ଓ ଏସ୍‌.କେ ପୁହାଣ। ଗୁରୁତର ହେଲେ ବିଚିତ୍ର ପାଢ଼ୀ। ମୃତ ଓ ଆହତମାନେ ଇଣ୍ଡିଆନ୍‌ ଅଏଲ ସୁରକ୍ଷା କର୍ମଚାରୀ ବୋଲି ଜଣାପଡ଼ିଛି। କର୍ମଚାରୀମାନେ ସ୍କୋର୍ପିଓରେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ତିହିଡି ବଜାର ରାସ୍ତା ପାର୍ଶ୍ୱରେ ରହିଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଜଣଙ୍କର ଏବଂ ଡାକ୍ତରଖାନା ନିଆଯିବା ରାସ୍ତାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ବିଚିତ୍ରଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...