State

ସିବିଆଇ ରାଜନୀତିରୁ ଉର୍ଦ୍ଧ୍ୱରେ ରହୁ : ନବୀନ

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିବିଆଇ ପ୍ରସଂଗରେ ମୁହଁ ଖୋଲିଛନ୍ତି । ପ୍ରଥମରୁ ନବୀନ ସିବିଆଇକୁ ସତର୍କ କରାଇ ଦେଇ କହିଛନ୍ତି ଯେ, ସିବିଆଇ ରାଜନୀତିରୁ ଉର୍ଦ୍ଧ୍ୱର୍ ରହି ପେସାଦାର ଭାବେ କାମ କରୁ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ନବୀନଙ୍କୁ ସିବିଆଇ ଜେରା କରିଛି ବୋଲି ଗଣମାଧ୍ୟମରେ ଆସିଥିବା ଟିପ୍ପଣୀ ଦେବା ପରେ ଆବ୍ସୁଲିଟ୍ଲି ନମ୍ସେନ୍ସ କହିବା ସହ କନକଙ୍କୁ କଡା ଜବାବ୍ ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇକୁ ଅସ୍ତ୍ର କରି କେନ୍ଦ୍ରର ମୋଦି ସରକାର ରାଜନୈତିକ ଦଳଗୁଡିକ ଉପରେ ପ୍ରତିଶୋଧ ପରାୟଣ ହେଉଥିବା ଅଭିଯୋଗ ଦିନକୁ ଦିନ ବଳବତ୍ତର ହେଉଛି । ତେଣୁ ସିବିଆଇ ପେସାଦାର ଭାବେ କାମ କଲେ ଓ ରାଜନୀତିରୁ ଉର୍ଦ୍ଧ୍ୱକୁ ଗଲେ ଏହାର ବିଶ୍ୱସନୀୟ ବଜାୟ ରହିବ । କୋଲକତାରେ ସିବିଆଇ ଓ କୋଲକତା ପୁଲିସ ମୁହଁମୁହିଁ ପ୍ରସଂଗରେ ମମତାଙ୍କୁ ସମର୍ଥନ କରିବେ କି ନାହିଁ ନବୀନ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଗତବର୍ଷେ ଧରି ଟିଏମ୍ସି ସହିତ ଯୋଗାଯୋଗରେ ନାହାଁନ୍ତି । ଯଦି ମମତା ତାଙ୍କର ସହଯୋଗ ମାଗିବେ ତେବେ ସେ ପ୍ରସଂଗରେ ପରେ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ ଯେ, କୋଲକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସାମ୍ବାଦିକମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଯୋଗଯୋଗ କରିବେ ବୋଲି କହିଥିଲେ । ମମତା କହିଥିଲେ ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଦେବେ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...