State

କୁନି ପ୍ରଶଂସକ ସିପୁନର ଆଖି ଅପରେସନର ସହାୟକ ହେବେ ଅନୁଭବ

  •  
  •  
  •  
  •  
  •  
  •  
  •  

ନିଜର କୁନି ପ୍ରଶଂସକଙ୍କୁ ସହାୟତା ହାତ ବଢାଇଛନ୍ତି ଅଭିନେତା ଅନୁଭବ । ସୋସିଆଲ ମିଡିଆରୁ ସୂଚନା ପାଇବା ପରେ ନିଜର କୁନି ପ୍ରଶଂସକ ସିପୁନ ଓରଫ ଓମ୍କାର ମହାନ୍ତି(୧୨)ଙ୍କୁ ଅନୁଭବ ଭେଟିବା ସହ ତାଙ୍କ ଆଖି ଅପରେସନ ପାଇଁ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି । ଅସୁସ୍ଥ ସିପୁନ ତାର ହିରୋ ଅନୁଭବଙ୍କୁ ଦେଖିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖି ସାଂସଦ ଶ୍ରୀ ମହାନ୍ତି ସଂପୃକ୍ତ ପ୍ରଶଂସକଙ୍କ ପାଖରେ ପହଞ୍ଚି ପରିବାର ଲୋକଙ୍କଠାରୁ ଭଲମନ୍ଦ ବଝିଛନ୍ତି । ଆଖି ସମସ୍ୟାକୁ ନେଇ ସୁପୁନ ଯେଉଁ ସଂକଟରେ ପଡିଛନ୍ତି ଉକ୍ତ ସମସ୍ୟାର ଖୁବ୍ଶୀଘ୍ର ସମାଧାନ ହେବ । ଏଥିପାଇଁ ଚିକିତ୍ସାରେ ଯାହା ସହାୟତା ଦରକାର ସରକାରୀ ସ୍ତରରେ ଏବଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନୁଭବ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ହିମାଂଶୁ ମହାନ୍ତିଙ୍କର ପୁଅ ସିପୁନ ଜନ୍ମରୁ ଆଖି ସମସ୍ୟା ରହିଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...