Home ରାଜ୍ୟ ଓଡିଶାର ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା ; ମାଲକାନଗିରି ବାସୀଙ୍କ ପାଇଁ ବଢାଇଲେ ହାତ

ଓଡିଶାର ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା ; ମାଲକାନଗିରି ବାସୀଙ୍କ ପାଇଁ ବଢାଇଲେ ହାତ

ମେଟ୍ରୋ ଟିଭି ବ୍ୟୁରୋ : ଓଡିଶାକୁ ସାହାର୍ଯ୍ୟର ହାତ ବଢାଇଲେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା । ସହି ପାରିଲେନି ଓଡିିଶାର ମାଲକାନଗିରି ଜିଲ୍ଲା ବାସୀଙ୍କ ଦୁଖଃ । ଖବର ମୁତାବକ ରାଲେଗେଡା ଗାଁର ଦୁଇ ଅଙ୍ଗନବାଡୀ କମୀ ପ୍ରମିଳା ମଲ୍ଲୀକ ଓ ହେମଲତା ସିସା । ଅଙ୍ଗନବାଡୀ କେନ୍ଦ୍ରରେ ସେବା ଯୋଗା ପାଇଁ ଏମାନଙ୍କୁ ପଣି କରିବାକୁ ହୁଏ । ଏଥିପାଇଁ ନା ଅଛି କୌଣସି ଡଙ୍ଗା ନା ଅନ୍ୟକୌଣସି ସେବା । ଅଂଟାରେ ଲାଉତୋମ୍ବା ହିଁ ଏମାନଙ୍କୁ ଅଥଳ ଜଳରୁ ପାର କରାଇଥାଏ । ଯାହା ସାହାଯ୍ୟ ନେଇ ଅଥଳ ଜଳ ପାର ହୋଇ ଏମାନେ ପଂହଚନ୍ତି ଅଙ୍ଗନବାଡି କେନ୍ଦ୍ରରେ । ଏଭଳି ଅବସ୍ଥାରେ ସାହାର୍ଯ୍ୟର ହାତ ବଢାଇ ଓଡିଶାବାସୀଙ୍କ ମନ ଜିଣିଛନ୍ତି କୋଟିପତି ବ୍ୟବସାୟି ଆନନ୍ଦ ମହିନ୍ଦ୍ରା । ଯହାଫଳରେ ପାଣିରେ ପାରି ହେବା ଲାଗି ମହେନ୍ଦ୍ରା ଯୋଗାଇବେ ବୋଟ । ଆଉ ନିଜର କର୍ତବ୍ୟ ପାଇଁ ଜୀବନକୁ ବାଜି ଲଗାଇବାକୁ ପଡିବନାହିଁ । ସୂଚନା ଅନୁଯାୟୀ ଏହି ଦୁଇ ମହିଳାଙ୍କୁ ସେବା ଯୋଗାଇବା ଲାଗି ଅଲଗା ଅଲଗା ଅଙ୍ଗନବାଡି ଯିବାକୁ ହୋଇଥାଏ । ପ୍ରମିଳା ସୁଆପାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେରୁଡପାଲି ଗାଁର ଅଙ୍ଗନବାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇ ଜଣକୁ ଅଙ୍ଗନବାଡି ଯିବାପାଇଁ ଏହି ଗୋଟିଏ ନାଳ ପାର ହେବାକୁ ପଡିଥାଏ । ଆଉ ଖୁବ୍ ସାହାସହ ସହିତ ସୋବ ଯୋଗାଇ ଦେବା ପାଇଁ ଏହି ଅଙ୍ଗନବାଡି କର୍ମି ÷ଅଗ୍ରସର ହୋଇଥାଆନ୍ତି ଅଙ୍ଗନବାଡି କେନ୍ଦ୍ରକୁ । ତେବେ ଆନନ୍ଦ ମହିନ୍ଦ୍ରା ଏହି ମହିଳାଙ୍କ ଦଃୁଖକୁ ଅନୁଭବ କରି ଏକ ବୋଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏତିସହ ସେ ତାଙ୍କ ଟ୍ୱିଟର ପେଜରେ ଘୋଷଣା କରିଛନ୍ତି ଯେ, କମ୍ପାନିର କିଛି ଅଧିକାରୀ ନେରୁଡାପଲ୍ଲୀ ଅଂଚଳରେ ଖୁବ୍ ଶିଘ୍ର ଏକ ବୋଟ ପଂହଚାଇବେ । ଏଭଳି ଘୋଷଣା ପରେ ଓଡିଶା ବାସୀଙ୍କ ମନ ଜିଣିନେଇଛନ୍ତି ଆନନ୍ଦ ମହିନ୍ଦ୍ରା ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...