Home ରାଜ୍ୟ 71 ତମ ସାଧାରଣତନ୍ତ୍ର ଦିବସରେ ଆସାମରେ ବିସ୍ଫୋରଣ

71 ତମ ସାଧାରଣତନ୍ତ୍ର ଦିବସରେ ଆସାମରେ ବିସ୍ଫୋରଣ

(ମେଟ୍ରୋ ଟିଭି ବ୍ୟୁରୋ) ଆସାମ:ସାରା ଦେଶରେ 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ସବ ମୁଖର ଥିବାବେଳେ ଆସାମରେ ଫୁଟିଛି ବୋମା । ସାଧାରଣତନ୍ତ୍ର ଦିବସରେ ଆସାମର ଦୁଇ ଜିଲ୍ଲାରେ ଦିବ୍ରୁଗଡ ଓ ଚରାଇଦେବ ଜିଲ୍ଲାରେ ଗ୍ରେନେଡ ଦ୍ୱାରା 4ଟି ବିସ୍ଫୋରଣ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ କିଭଳି ଏଭଳି ବିସ୍ଫୋରଣ ଘଟିଲା ସେ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ ।ରାଜ୍ୟର ଦୁଇଟି ଜିଲ୍ଲାର 4ଟି ସ୍ଥାନରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଦିବ୍ରୁଗଡ ଜିଲ୍ଲାରେ 3ଟି ସ୍ଥାନରେ ବିସ୍ଫୋରଣ ଘଟିଥିବାବେଳେ ଗୋଟିଏ ବିସ୍ଫୋରଣ ଚରାଇଦେବ ଜିଲ୍ଲାରେ ଘଟିଥିବା ଜଣାପଡିଛି । ହେଲେ ଏହି 4ଟି ବିସ୍ପୋରଣରେ କୌଣସି ବି ଲୋକେ ମୃତାହତ ହୋଇନଥିବା ଜଣାପଡ଼ିଛି ।

ଦିବ୍ରୁଗଡର ଗ୍ରହାମ ବଜାର ସ୍ଥିତ ହାଇୱେ ର ଏକ ଦୋକାନ ଓ ଏକ ଗୁରୁଦ୍ୱାରା ଉପରେ ଆକ୍ରମଣ କରାଯାଇଥିବାବେଳେ ତୃତୀୟ ବିସ୍ଫୋରଣ ଦୁଲିଆଜାନରେ ଥିବା ଅୟଲ ଟାଉନରେ ହୋଇଥିବା ଜଣାପଡିଛି । ସେହିପରି ଚରାଇଦେବ ଜିଲ୍ଲାର ସୋନାରି ଅଞ୍ଚଳରେ ଆଉ ଏଖ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି  ।ବିସ୍ଫୋରଣ ଖବର ପାଇ ଘଟଣା ସ୍ଥଳରେ ତଦନ୍ତକାରୀ ଅଧିକାରୀ ମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

 

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...