Home ରାଜ୍ୟ ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଆସନ୍ତା ୫ ରୁ ୬ ମାସ ମଧ୍ୟରେ ୯୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଏୟାରପୋର୍ଟର ପଶ୍ଚିମରେ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ ହେବ । ଏହା ସମ୍ପୃକ୍ତ ବିମାନ ବନ୍ଦରର ତୃତୀୟ ଟର୍ମିନାଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ଦିବସରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରର ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଯେଉଁ ଗ୍ୟାପ୍ ଥିଲା । ଏହି ଗ୍ୟାପକୁ ଗୋଟିଏ ଲିଙ୍କ୍ ଏୟାରପୋର୍ଟ ଟର୍ମିନାଲ ବିଲ୍ଡିଂ ମାଧ୍ୟମରେ ଯୋଡିବାର କାମ କରାଗଲା । ଏହାଦ୍ୱାରା ଭୁବନେଶ୍ୱର ଏୟାରପୋର୍ଟର କ୍ଷମତା ବୃଦ୍ଧି ପାଇବ । ଅଧିକ ଏରୋବ୍ରିଜ୍ ତିଆରି ହେବା ସହ ଯାତ୍ରୀମାନେ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କିଛି ମାସ ପୂର୍ବେ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦରର ଉଦ୍ଘାଟନ ହୋଇଥିଲା । ବଡ ବଡ ଏୟାରଲାଇନ୍ ମାଧ୍ୟମରେ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ତିନୋଟି ସହରକୁ ମାର୍ଚ ପ୍ରାରମ୍ଭରେ ପ୍ଲେନ୍ ଚଲେଇବାର ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ଏୟାରପୋର୍ଟର ପଶ୍ଚିମରେ ନୂଆ ଟର୍ମିନାଲ ହେଲେ ଏହା ବଡ ଏୟାରପୋର୍ଟର ରୂପ ନେବ ଏବଂ ଦେଶ ବିଦେଶରୁ ବିମାନ ସେବା ବଢିପାରିବ । ଭାରତର ସମାନ୍ୟ ନାଗରିକ ମାନଙ୍କ ପାଇଁ ଅଧିକ ଏୟାର ଭିତିଭିମି ହେଉ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଖୋର୍ଦ୍ଧାର ପାଖାପାଖି ଅଂଚଳରେ ଦ୍ୱିତୀୟ ଏୟାରପୋର୍ଟର ଆନୁସଙ୍ଗିକ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଉଡାନ ଯୋଜନାରେ ଭୁବନେଶ୍ୱର ଓ ଝାରସୁଗୁଡାରୁ ବିଭିନ୍ନ ଅଂଚଳକୁ ପ୍ଲେନ୍ ଚାଲିବା ନେଇ ବର୍ଷକୁ ଭାରତ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ସବସିଡି ଦେଇ ଓଡିଶାର ନାଗରିକଙ୍କୁ ଯୋଡିବେ । ଆଜିର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...