Home ରାଜ୍ୟ ୪ରୁ ଶିଶିର ସରସ

୪ରୁ ଶିଶିର ସରସ

ଭୁବନେଶ୍ୱର:ଆସନ୍ତା ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଇଡକଲ ପ୍ରଦର୍ଶନୀ ପଡିଆଠାରେ ଶିଶିର ସରସ ମେଳା ଆୟୋଜିତ ହେବ । ଚଳିତ ଥର ଶିଶିର ସରସ ମେଳାରେ ସମଗ୍ର ଦେଶରୁ ୨୪ ଟି ରାଜ୍ୟ ଅଂଶ୍ରଗହଣ କରିବେ ଏବଂ ମୋଟ ୩୦୨ଟି ଷ୍ଟଲ ଖୋଲାଯିବ । ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରୁ ହସ୍ତଶିଳ୍ପ ସାମଗ୍ରୀ , ଘରକରଣା ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଓରମାସ୍ ପକ୍ଷରୁ ୨୧ ବର୍ଷ ଧରି ଏହି ମେଳା ଆୟୋଜିତ ହେଉଛି । ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ , ମିନ ଶକ୍ତି ଏହି ମେଳା ଆୟୋଜନରେ ସହଯୋଗ କରିବେ । କେନ୍ଦ୍ରାପଡାର କାଇଁଚ କାମ, କୋରାପୁଟର ହସ୍ତତନ୍ତ , ବାଲେଶ୍ୱରର ଟେରାକୋଟା , ଆଦିବାସୀ ଅଳଙ୍କାର , ଡୋକ୍ରା , କେନ୍ଦୁଝରର ଫୁଲ ବଡି , ବନଜାତ ଦ୍ରବ୍ୟ ,ତାମିଲନାଡୁର ରଙ୍ଗୀନ ମହମବତୀ , ଉତର ପ୍ରଦେଶର ସିଲ୍କ, ବନାରସୀ ଆଦି ମେଳାରେ ସ୍ଥାନ ପାଇବ । ଗତବର୍ଷ ୧୩ କୋଟି ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟକରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାର ପ୍ରତି ସଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଚଳିତ ଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷକ କରିବାପାଇଁ ମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...