Home ରାଜ୍ୟ 2 ପ୍ରବାସୀଙ୍କ ସହ 11 ଓଡ଼ିଆଙ୍କୁ ପଦ୍ମ ସମ୍ମାନ

2 ପ୍ରବାସୀଙ୍କ ସହ 11 ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ବର:୨ ପ୍ରବାସୀ ଓଡ଼ିଆଙ୍କ ସହ ୧୧ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ । ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ମିଳିଛି ପଦ୍ମଶ୍ରୀ ସମ୍ମାନ । ସେହିପରି ବିଶିଷ୍ଟ ସାହିତ୍ୟିକ ବୀଣାପାଣି ମହାନ୍ତି, ଘୋଡ଼ାନାଚ ଲୋକ କଳାକାର ଉତ୍ସବଚରଣ ଦାସ, ସାନ୍ତାଳୀ ଭାଷା ସାହିତ୍ୟିକ ଦମୟନ୍ତୀ ବେଶ୍ରା, ଗୀତିକାର ମିତ୍ରଭାନୁ ଗୌନ୍ତିଆ, ବଟକୃଷ୍ଣ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଜୈବିକ କୃଷି ଏବଂ ବୃକ୍ଷ ସଂରକ୍ଷଣ ପାଇଁ ବାପାଝିଅ ପ୍ରଫେସର ରାଧା ମୋହନ ଓ ସାବରମତିଙ୍କୁ ମିଳିଛି ପଦ୍ମଶ୍ରୀ । ସେହିପରି ୨ ପ୍ରବାସୀ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା ଏବଂ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ବି ପାଇଛନ୍ତି ପଦ୍ମ ପୁରସ୍କାର । ଔଷଧ କ୍ଷେତ୍ର ପାଇଁ କାମ କରୁଥିବା ଦିଗମ୍ବର ଚଣ୍ଡୀଗଡ଼ରେ ରହୁଥିବାବେଳେ ଆମେରିକାରେ ରହୁଥିବା ପ୍ରଶାନ୍ତ ଭାଷା ଓ ଶିକ୍ଷା ପାଇଁ କାମ କରୁଛନ୍ତି ।

୯ ଓଡ଼ିଆଙ୍କୁ ପଦ୍ମ ସମ୍ମାନ
=============
ପଦ୍ମ ଭୂଷଣ- ମନୋଜ ଦାସ, ବିଶିଷ୍ଟ ସାହିତ୍ୟିକ
ପଦ୍ମଶ୍ରୀ- ପ୍ରଫେସର ରାଧାମୋହନ, ଜୈବିକ କୃଷି
ପଦ୍ମଶ୍ରୀ- ସାବରମତି, ବୃକ୍ଷ ସଂରକ୍ଷଣ
ପଦ୍ମଶ୍ରୀ- ବୀଣାପାଣି ମହାନ୍ତି, ବିଶିଷ୍ଟ ଗାଳ୍ପିକା
ପଦ୍ମଶ୍ରୀ- ଦମୟନ୍ତୀ ବେସ୍ରା, ସାନ୍ତାଳି ଭାଷା ସାହିତ୍ୟିକ
ପଦ୍ମଶ୍ରୀ- ମିତ୍ରଭାନୁ ଗୌନ୍ତିଆ, ରଂଗବତୀ ଗୀତ ରଚୟିତା
ପଦ୍ମଶ୍ରୀ- ଉତ୍ସବ ଚରଣ ଦାସ, ଲୋକକଳା
ପଦ୍ମଶ୍ରୀ- ସ୍ବର୍ଗତ ମନମୋହନ ମହାପାତ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ
ପଦ୍ମଶ୍ରୀ- ବଟକୃଷ୍ଣ ସାହୁ, ପଶୁପାଳନ

୨ ପ୍ରବାସୀ ଓଡ଼ିଆଙ୍କୁ ପଦ୍ମଶ୍ରୀ
=================
ଡକ୍ଟର ଦିଗମ୍ବର ବେହେରା (ଚଣ୍ଡୀଗଡ଼)- ଔଷଧ କ୍ଷେତ୍ର ପାଇଁ
ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ(ଆମେରିକା)- ଭାଷା ଓ ଶିକ୍ଷା

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...