State

ରାଜ୍ୟରେ ବଢୁଛି ଶୀତର ପ୍ରକୋପ

  •  
  • 3
  •  
  •  
  •  
  •  
  •  
    3
    Shares

ଭୁବନେଶ୍ୱର :-ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ବଣ,  ପାହାଡଘେରା ଆଭ୍ୟନ୍ତରୀଣ ଜିଲାଗୁଡିକରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୮ରୁ ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗୀବାଡି ୧୦, ବାଲେଶ୍ୱର ୧୪.୮, ଅନୁଗୋଳ ୧୨.୬, କେନ୍ଦୁଝର ୧୪.୨, ତାଳଚେର ୧୪, ଭବାନୀପାଟଣା ୧୩.୨, ବଲାଙ୍ଗୀର ୧୪.୫, କୋରାପୁଟ ୧୨.୬, ଟିଟିଲାଗଡ ୧୩ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବ। ସମୁଦ୍ର ଆଡୁ ଜଳୀୟ ବାଷ୍ପ ମିଶା ବାୟୁ ପ୍ରବାହ ହେବ । ଏଥିଯୋଗୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...