Home ରାଜ୍ୟ ବିଜେଡିର ଇସ୍ତାହାର କମିଟି ଘୋଷଣା : ବେଦପ୍ରକାଶ ଦାଶ ହେଲେ ଅଧ୍ୟକ୍ଷ

ବିଜେଡିର ଇସ୍ତାହାର କମିଟି ଘୋଷଣା : ବେଦପ୍ରକାଶ ଦାଶ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଇସ୍ତାହାର କମିଟି ଘୋଷଣା କରିଛନ୍ତି । କମିଟିରେ ସବୁବର୍ଗକୁ ଗୁରୁତ୍ୱ ଦିଆଯାଇଛି । ଏହି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଥିବାବେଳେ ସହ-ଅଧ୍ୟକ୍ଷ ଭାବେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି କମିଟିର ସଦସ୍ୟ ଭାବେ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଡ. ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ରମେଶ ଚନ୍ଦ୍ର ମାଝୀ, ସୁବାସ ସିଂହ, ଡ. ମିନତୀ ବେହେରା, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ନବକିଶୋର ଦାସ, ଡ. ଦିଲ୍ଲୀପ ତିର୍କୀ, ସାଂସ୍କୃତିକ ସମନ୍ୱୟ ସେଲ୍୍ ର ଆବାହକ ରବିନାରାୟଣ ନନ୍ଦ, ଇଂ. ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତଭା ଦାସ, ମୁନ୍ନା ଖାନ୍, ଅନନ୍ତ ନାରାୟଣ ଜେନା, ଡ. ସସ୍ମିତ ପାତ୍ର, ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନି୍୍ଗ୍ଧା ମିଶ୍ର, ତେଜେଶ୍ୱର ପରିଡା, ଚିନ୍ମୟ ସାହୁ, ଅମରେଶ ପତ୍ରୀ, ରାଣାପ୍ରତାପ ପାତ୍ର, ଏସଏଚଜି ଫେଡେରେସନ ବଲାଙ୍ଗୀର ସଭାନେତ୍ରୀ ଶ୍ରୀମତୀ ସୁଜାତା ମିଶ୍ର, ସୁନ୍ଦରଗଡର ଶ୍ରୀମତୀ ସରସ୍ୱତୀ କିଷାନ, ମୟୂରଭଞ୍ଜର ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, କଳାହାଣ୍ଡିର ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ନେତ୍ରୀ ମାମିନା ନାୟକ, କୃଷକନେତା କିଶୋର ଦେବତା ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି । ମାର୍ଚ୍ଚ ୫ତାରିଖ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୩ ତମ ଜୟନ୍ତୀରୁ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତୃଣମୂଳ ସ୍ତରରୁ ମହିଳା କାର୍ଯ୍ୟକର୍ତ୍ତମାନେ ଘରଘର ବୁଲି ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ନବଗଠିତ ଇସ୍ତାହାର କମିଟିକୁ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...