Home ରାଜ୍ୟ ନବୀନ ୪ଥର ମୁଖ୍ୟମନ୍ତ୍ରୀ ହେଲେଣି, ଏବେ ଅବସର ନେବା ଉଚିତ- ତଥାଗତ

ନବୀନ ୪ଥର ମୁଖ୍ୟମନ୍ତ୍ରୀ ହେଲେଣି, ଏବେ ଅବସର ନେବା ଉଚିତ- ତଥାଗତ

ଭୁବନେଶ୍ୱର:ନବୀନ ୪ଥର ମୁଖ୍ୟମନ୍ତ୍ରୀ ହେଲେଣି । ବହୁତ ହୋଇଗଲା । ଏବେ ସେ ଅବସର ନେଇଯିବା ଉଚିତ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତାକାରରେ କହିଛନ୍ତି ଢେଙ୍କାନାଳ ବିଜୁ ଜନତା ଦଳ ସାଂସଦ ତଥାଗତ ଶତପଥୀ  ।

ମୁମ୍ବାଇ ମିରର ନାମକ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତଥାଗତ କହିଛନ୍ତି ଯେ,  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନବୀନ ପଟ୍ଟନାୟକ ଅବସର ଗ୍ରହଣ କରିବା ଉଚିତ । ନବୀନ ପଟ୍ଟନାୟକ ୪ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ଏହା ବହୁତ ଅଧିକ । ଏହାସହ ନବୀନ କେତେଥର ଆଉ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ବୋଲି ତଥାଗତ ପ୍ରଶ୍ନ କରିଛନ୍ତି । ଏହାସହ ନବୀନ ଯୁବକମାନଙ୍କୁ ସୁଯୋଗ ଦେବା ଦରକାର ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓଡିଶାର ଅଧିକାଂଶ ଗଣମାଧ୍ୟମ ଏବେ ନବୀନଙ୍କ ନିୟନ୍ତ୍ରଣରେ ରହିଛି ।  ଗଣମାଧ୍ୟମ ଆଶାନୁରୁପ କାମ ନକଲେ ଗଣତନ୍ତ୍ର ବିପଦରେ ରହିବ ବୋଲି ସେ କହିଛନ୍ତି ।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...