State

ଥରୁଛି ଓଡ଼ିଶା : ଏହି ସବୁ ସହରରେ ତାପମାତ୍ରା ୮ ଡିଗ୍ରୀ ତଳେ

  •  
  • 1
  •  
  •  
  •  
  •  
  •  
    1
    Share
ଭୁବନେଶ୍ୱର:  ଶୀତରେ ଥରୁଛି ଓଡ଼ିଶା।  ଚଳିତ ବର୍ଷ ରାଜ୍ୟରେ ଶୀତର ପ୍ରକୋପ ଆଶାତୀତ ଭାବେ ବଢିବା ନେଇ ପାଣିପାଗ ବିଭାଗ ତରଫରୁ କରାଯାଇଥିବା ପୂର୍ବାନୁମାନ ସତ ହୋଇଛି। ରବିବାର ୧୪ ସହରର ପାରଦ ୮ ଡିଗ୍ରୀ ତଳେ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗନୁଯାୟୀ, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୪.୫, ଅନୁଗୋଳ ୫.୬, ସୁବର୍ଣ୍ଣପୁର ୬, କେନ୍ଦୁଝର ୬.୪, ଭବାନୀପାଟଣା ୬.୫, ଟିଟିଲାଗଡ଼ ୭, ଝାରସୁଗୁଡ଼ା ୭, ବଲାଙ୍ଗିର ୭.୧, କୋରାପୁଟ ୭.୨, ସମ୍ବଲପୁର ୭.୩, ବାଲେଶ୍ୱର ୭.୮, ସୁନ୍ଦରଗଡ଼ ୮, ଭୁବନେଶ୍ୱର ଓ କଟକର ତାପମାତ୍ରା ୮.୨ ଡିଗ୍ରୀ ରହିଛି । ଆଗକୁ ଶୀତର ପ୍ରକୋପ ବଢିବା ସହିତ ପାରଦ ତଳକୁ ଖସିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି । ଏହିଭଳି ଅସହ୍ୟ ଥଣ୍ଡାରେ ଲୋକେ ରାତ୍ରୀ ବେଳେ ଘରୁ ବାହାରୁ ନାହାନ୍ତି। ସେହିପରି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କିଛି କାମଦାମ କରିବା କଷ୍ଟକର ହୋଇପଡୁଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...