Home ରାଜ୍ୟ ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ : ଧର୍ମେନ୍ଦ୍ର

ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ : ଧର୍ମେନ୍ଦ୍ର

ବଲାଙ୍ଗୀର/କଂଟାବାଞ୍ଜି : କଂଟାବାଞ୍ଜି ଅଂଚଳରେ ରେଳ ବିଭାଗ ପକ୍ଷରୁ ଏକ କାରଖାନା ତିଆରି କରାଯିବା ନେଇ ଲୋକଙ୍କ ଅପେକ୍ଷା ରହିଛି । ଓଡିଶାରେ ବିଜେପି ସରକାର ଦାୟିତ୍ୱକୁ ଆସିଲେ ଲୋକଙ୍କର ଏହି ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରାଯିବ । କଂଟାବାଞ୍ଜିରେ ରେଳ ବିଭାଗର ଏକ ବଡ କାରଖାନା ନିର୍ମାଣ କରାଯିବ । ସ୍ଥାନୀୟ ଅଂଚଳର ରେଳ ବିଭାଗରୁ ପଇସା ଖର୍ଚ୍ଚ କରି ଏଠାରେ କାରଖାନା ପ୍ରତିଷ୍ଠା କରାଯିବ । ଫଳରେ ସ୍ଥାନୀୟ ଅଂଚଳରେ ରୋଜଗାର ବୃଦ୍ଧି ପାଇବ ଏବଂ କଂଟାବାଞ୍ଜି ବଲାଙ୍ଗୀରରେ ନାଁ କରିବ ବୋଲି ଶୁକ୍ରବାର ବଲାଙ୍ଗୀର ଏବଂ କଂଟାବାଞ୍ଜିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଓଡିଶାରେ ବିଜେପି ସରକାର ହେଲେ ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ୧ ଲକ୍ଷ କୋଟି ଟଙ୍କାରେ ୫ ବର୍ଷ ପାଇଁ ଜଳ ସେଚନର ବ୍ୟବସ୍ଥା କରାଯିବ, ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ଦେବା ସହ ସ୍ୱରୋଜଗାର କରାଯିବ, ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜି ଭଉଣୀମାନଙ୍କ ଋଣ ଛାଡ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ, ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ୫୦ ହଜାର ଟଙ୍କାରେ ବ୍ୟାଙ୍କ ଆକାଉଂଟ ଖୋଲାଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଚ୍ଛୁପାଲି ରେଳ ଲାଇନ, ବଟଲିଂ ପ୍ଲାଟ ବଲାଙ୍ଗୀରକୁ ମୋଦି ଉପହାରସ୍ୱରୂପ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଓଡିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ମୋଦି ଓଡିଶା ପାଇଁ ସାଢେ ୫ କୋଟି ଟଙ୍କାର ଦାୟିତ୍ୱ ନେଲେ ମାତ୍ର ନବୀନ ବାବୁ ଏହି ଟଙ୍କା ଓଡିଆ ଲୋକଙ୍କ ପାଖରେ ପହଁଚାଇଲେ ନାହିଁ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ବଲାଙ୍ଗୀର ଓ କଂଟାବାଞ୍ଜିରେ ଶୁଦ୍ଧ ପିଇବା ପାଣି ନାହିଁ, ସୁକତେଲ ନଦୀର ଜଳ ଜିଲ୍ଲାକୁ ପହଁଚିପାରିନାହିିଁ, ଅଙ୍ଗ ନଦୀର ଜଳସେଚନ ପ୍ରକଳ୍ପ ହୋଇନାହିଁ, ଶିକ୍ଷକ ନାହାଁନ୍ତି, ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ଯୁବକ କାମ ନପାଇ ରାୟପୁର ଓ ଗୁଜୁରାଟକୁ କାମ କରିବାକୁ ଯାଉଛି । ଏ ଅଂଚଳର ରାଜେନ୍ଦ୍ର କଲେଜ ପଶ୍ଚମ ଓଡିଶାର ବଡ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ହୋଇଥିଲେ ସୁଦ୍ଧା କଲେଜରେ ଶିକ୍ଷକ ପଦବୀ ଖାଲି ପଡିଛି ବୋଲି ସେ କହିଛନ୍ତି ।
ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ସିଂଦେଓ ସାଂସଦରେ ନିଜ ଜିଲ୍ଲାର ମୌଳିକ ସମସ୍ୟା କଥା ନଉଠାଇ ୟୁରୋଫାଇଟର କଥା କହୁଛନ୍ତି । ଏହି ପ୍ରସଙ୍ଗ ଉଠାଇ ସେ ମିଶେଲ ମାମାର ଭୋଜି ଖାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ନବୀନ ବାବୁଙ୍କ ସରକାରରେ ମୋରିବାହାଲ ବ୍ଲକରେ ବିନା ପିସିରେ ସରକାରୀ କାମ ହୁଏନାହିଁ । ଓଡିଆ ଲୋକମାନେ ପିସିରେ ପେଶି ହୋଇଗଲେଣି । ୧୯ ବର୍ଷ ପରେ ଯିଏ ଓଡିଆର ଭାଷା, ଦୁଃଖ ଓ ଓଡିଆର ଆବେଗ ବୁଝିନାହିଁ, ସେ କହୁଛି ଦିଲ୍ଲୀ ଯିବ ଶାସନ ସମ୍ଭାଳିବା ପାଇଁ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରରେ ଚିଟଫଣ୍ଡ ଟଙ୍କା ଫେରିଲା ନାହିଁ । ଓଡିଶାର ଚାବିକାଠୀ ଖଣିମାଫିଆ ପାଖରେ ଅଛି । ଖଣି ଦଲାଲ ଓ ଚିଟଫଣ୍ଡ ଦଲାଲ ଓଡିଆ ଲୋକଙ୍କ ସମ୍ପତିକୁ ଲୁଟ କରି ରଖିଛନ୍ତି । ଏଥର ନିର୍ବାଚନରେ ଏପ୍ରକାର ଲୋକଙ୍କୁ ଜେଲ ପଠାଇବା ପାଇଁ ଭୋଟ ହେବ ।
ଭୁବନେଶ୍ୱରରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରି ହତ୍ୟା କରାଗଲା । ଏ ସରକାରରେ ୬ ବର୍ଷର ଶିଶୁ ସୁରକ୍ଷିତ ନଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ କଥା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହୁଛନ୍ତି ।
ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ବଲାଙ୍ଗୀର ଓ କଂଟାବାଞ୍ଜିକୁ ବିକାଶର ପଛରେ ରଖିଥିବା, ପିସିଖିଆ, ଖଣି ଦୁର୍ନୀତିରେ ସଂଶ୍ଲିଷ୍ଟ ଓ ମହିଳା ମାନଙ୍କ ଉପରେ ଅତ୍ୟାଚାର କରିଥିବା ସରକାରକୁ ବଦଳେଇବାର ସମୟ ଆସିଛି । ଏ ସରକାରକୁ ବଦଳାଇ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଓଡିଶାରେ ସ୍ଥାପିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...