Home ରାଜ୍ୟ ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ, ମହାଲକ୍ଷ୍ମୀ, ବିମଳା ଓ ନୃସିଂହ ମନ୍ଦିରର ଗର୍ବଗୃହ ଦ୍ୱାର ମଧ୍ୟ ରୂପାରେ ଆଚ୍ଛାଦିତ ହେବ । ଏଥିପାଇଁ ଆବଶ୍ୟକ ହେବ ଅଢ଼େଇ ଟନ୍ ରୁପା । ବାହାରର କୁଶଳୀ କାରିଗରମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସର୍ଣ୍ଣ ହେବ । ମଙ୍ଗଳବାର ଅପରାହ୍ଣରେ ନୀଳାଚଳ ଭକ୍ତନିବାସଠାରେ ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ନେଇ ଏଥିପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରୁପା ଦାନ ଦେବା ପାଇଁ ଦାତାଙ୍କ ପକ୍ଷରୁ ଆସିଥିବା ୫ଜଣ ପ୍ରତିନିଧି ଦ୍ୱାରଗୁଡ଼ିକର ରୂପା ଛାଉଣୀ କିଭଳି ଢଙ୍ଗରେ କରାଯିବ ତାହାର ସମ୍ପୂୂର୍ଣ୍ଣ ଡିଜାଇନ୍ ଉପସ୍ଥାପନ କରିଥିଲେ । ଏହା ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା । କାର୍ତିକ ମାସରୁ ପ୍ରାଥମିକ ସ୍ତରରେ ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ଏବଂ ସାତପାହାଚ ଦ୍ୱାରର କାଠ କାମ ଆରମ୍ଭ କରାଯିବ । ବର୍ମାଟିକ କାଠରେ ଦ୍ୱାରଗୁଡ଼ିକ ନିର୍ମିତ ହେବ । ଏହା ପରେ ପ୍ରାଥମିକ ସ୍ତରରେ ସାତାହାଚ ଦ୍ୱାର ରୁପା ଛାଉଣି ହେବ । ପରେ ମହାଲକ୍ଷ୍ମୀ ଏବଂ ବିମଳାଙ୍କ ମନ୍ଦିରର ଗର୍ବଗୃହ କବାଟ ରୂପା ଛାଉଣି ହେବ । ଆସନ୍ତା ରଥଯାତ୍ରା ସମୟରେ ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ରୁପା ଛାଉଣି କରାଯିବ ବୋଲି ବୈଠକରେ ନିଷ୍ପତିି ନିଆଯାଇଛି । ବୈଠକରେ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ସୁପରିଟେଣ୍ଡିଂ ଇଞ୍ଜିନିୟର ବିନ୍ଧେଶ୍ୱର ପାତ୍ର, ଏଏସ୍‌ଆଇର କର୍ମକର୍ତା, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଅନନ୍ତ ତିଆଡ଼ି, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ମହାପାତ୍ର, ମାଧବପ ୂଜାପଣ୍ଡା, ପାଟ୍ଟଯୋଶୀ ମହାପାତ୍ର, ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ହରେକୃଷ୍ଣ ୂଜାଣ୍ଡା, ଭଗବାନ ସୁଆର, ରାମ ନାରାୟଣ ଗୋଚ୍ଛିକାର, ତଢ଼ଉକରଣ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...