State

କାଳିଆ ଯୋଜନା ଆବେଦନ ଫର୍ମ ଦାଖଲ ତାରିଖ ଜାନୁଆରୀ ୧୫କୁ ବୃଦ୍ଧି

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର : -ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହିତ କାଳିଆ ଯୋଜନାର କାର୍ଯ୍ୟକାରୀତା ସମପର୍କରେ ଆଲୋଚନା କରିଥିଲେ । ଏହି କାଳିଆ ଯୋଜନାରେ ସାମିଲ ହେବାପାଇଁ ଚାଷୀମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୧୫ ତାରିଖକୁ ଘୁଂଚାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତୀ ସମୟରେ ନିଷ୍ପତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାେୀ ବାଦ ନପଡ଼େ, ସେଥିପ୍ରତି ବିଶେଷ ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...