ନୂଆଦିଲ୍ଲୀ/ଭୁବନେଶ୍ୱର : ହକି ବିଶ୍ୱ କପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନଦେବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କମନ ୱେଲ୍ଥ ଗେମ୍ ପରି ଦୁର୍ନୀତି ରାଜ୍ୟରେ ଅନୁଷ୍ଠିତ ହକି ବିଶ୍ୱକପରେ ହୋଇଛିା ହକି ବିଶ୍ୱକପରେ ଓଡିଶା ସରକାରଙ୍କୁ ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କୁ ନଚେଇବାର ପଇସା ଅଛି ମାତ୍ର ରାଜ୍ୟର ଶିକ୍ଷକଙ୍କୁ ଦରମା
ଦେବାକୁ ପଇସା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ହକି ପାଇଁ ଅନେକ ଟଙ୍କା କମ୍ପାନୀ ମାନଙ୍କ ଠାରୁ ଅଣ ଓଡିଆ ଅଫିସର ମାନେ ବିଶେଷତଃ ଖେଳ ବିଭାଗ ତରଫରୁ ଆଦାୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛନ୍ତି । ସିଏଜି ଏଥିରେ ହସ୍ତକ୍ଷେପ କରିବା ସହ ଏ ଚୋରୀ ଧରାପଡିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଅନେକ ସାମ୍ବିଧାନିକ ପଦବୀ ଖାଲି ରହିଛି । ଓଡିଶା ସରକାର ଏ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ । ଶ୍ରୀ ପ୍ରଧାନ ଅନ୍ୟ ଏକ ପ୍ରଶ୍ନର ଉତରରେ କହିଛନ୍ତି ଓଡିଶା ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରିବାକୁ ଟାଳଟୁଳ ନୀତି ଆରମ୍ଭ କରିଛନ୍ତି । ଏହା ଗଣମାଧ୍ୟମରୁ ଶୁଣିବାକୁ ପାଇଲି । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡିଶାର ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥକୁ ଚାଷୀ ମାନଙ୍କୁ ପ୍ରଦାନ କରିବାରେ ବାଧକ ନହୋଇ ସହାୟକ ହେବେ ବୋଲି ସେ କହିଛନ୍ତି ।
on February 11, 2019
କମନ ୱେଲଥ ଗେମ୍ ପରି ଦୁର୍ନୀତି ରାଜ୍ୟରେ ଅନୁଷ୍ଠିତ ହକି ବିଶ୍ୱକପରେ ହୋଇଛି-ଧର୍ମେନ୍ଦ୍ର ପ୍ରଧାନ
Loading...