State

ଆସନ୍ତାକାଲି ନବୀନଙ୍କୁ ଭେଟିବେ କେସିଆର

  •  
  • 1
  •  
  •  
  •  
  •  
  •  
    1
    Share
ଭୁବନେଶ୍ୱର:ଆସନ୍ତାକାଲି ତେଲେଙ୍ଗାନାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ କାଲଭାକୁନ୍ତଳା ଚନ୍ଦ୍ରଶେଖର ରାଓ (କେସିଆର) ଓଡିଶା ଗସ୍ତରେ ଆସିବେ। ସେ ସେଦିନ ସଂଧ୍ୟା ୬ଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁରୀ ଓ କୋଣାର୍କ ଯିବେ। ନବୀନଙ୍କ ସହ ତୃତୀୟ ସାମୁଖ୍ୟ ଗଠନ ନେଇ କେସିଆର ଆଲୋଚନା କରିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ କେସିଆରଙ୍କ ଗସ୍ତ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ତୃତୀୟ ସାମୁଖ୍ୟ ଗଠନ ନେଇ ପୂର୍ବରୁ ବହୁବାର ଚର୍ଚ୍ଚା ହୋଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ତୃତୀୟ ସାମୁଖ୍ୟ ଗୁରୁତ୍ୱହୀନ । କେସିଆରଙ୍କ ଓଡିଶା ଗସ୍ତ ବ୍ୟକ୍ତିଗତ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...