State

ଆଜି ବିଜେଡିର ପ୍ରତିଷ୍ଠା ଦିବସ

  •  
  • 2
  •  
  •  
  •  
  •  
  •  
    2
    Shares

ଭୁବନେଶ୍ୱର : ବୁଧବାର ବିଜୁ ଜନତା ଦଳ ତାର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବ । ସ୍ୱର୍ଗତ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ଆଂଚଳିକ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳ ୨୬ ଡିସେମ୍ବର ୧୯୯୭ରେ ପ୍ରତିଷ୍ଠିତ ହୋଇଥିଲା । ସେଥିପାଇଁ ଜିଲ୍ଲା ପରିଷଦ ଜୋନରୁ ଆରମ୍ଭ କରି ରାଜଧାନୀ ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଯାଏ ଚଳଚଂଚଳ ହୋଇଉଠିଛି ବିଜେଡି କ୍ୟାମ୍ପ । ନିର୍ବାଚନକୁ ଅ ।ଉ ମାତ୍ର ୪ ମାସ ବାକି ଥିବାରୁ ସବୁ ପଂଚାୟତର ନେତା ଓ କର୍ମୀଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତି ନିଅ ।ଯାଇଛି । ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀଙ୍କୁ କି ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅନ୍ୟପକ୍ଷରେ ପ୍ରତିଷ୍ଠା ଦିବସରେ ବିଜେଡିକୁ କାଉଂଟର କରିବାକୁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସମାନ ଦିନରେ ସମ୍ବିଧାନରେ ପଂଚାୟତକୁ ଦିଆଯାଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ପାଳିବ କଳାଦିବସ । ସେହିପରି ବିଜେପି ଯୁବ ମୋର୍ଚ୍ଚା ବୁଧବାର ଠାରୁ ରାଜ୍ୟ ସରକାରଙ୍କ ବିରୋଧରେ ଅ ।ରମ୍ଭ କରିବାକୁ ଯାଉଛି “ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ’ ।
ବିଜେଡିର ପ୍ରତିଷ୍ଠା ଦିବସ, କଂଗ୍ରେସର କଳାଦିବସ ଓ ବିଜେପି ଯୁବ ମୋର୍ଚ୍ଚାର “ଜବାବ୍ ମାଗୁଛି ଓଡ଼ିଶା’ ଅଭିଯାନ ମାଧ୍ୟମରେ ସମ୍ପୃକ୍ତ ଦଳ ମାନେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିବେ । ୨୦୧୯ ନିର୍ବାଚନୀ ମାହୋଲ ଏହାଦ୍ୱାରା ଉଷ୍ଣ ହେବାରେ ଲାଗିଛି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...