Home ରାଜ୍ୟ ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ ଏହି ଉତ୍ସବରେ ୫ଟି ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ । ଓଡିଶୀ ସହ ଭାରତନାଟ୍ୟମ୍ , ମଣିପୁରୀ , କୁଚିପୁଡି ଓ କଥକ ନୃତ୍ୟୁର ଆକର୍ଷଣ ରହିବ । ଏହା ସହ ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଚଳିତ ବର୍ଷ କୈାଣସି ବିଦେଶୀ ଶିଳ୍ପୀ ୍େ‌ାଗ ଦେଉନଥିଲେ ମଧ୍ୟ ରାଜ୍ୟରୁ ୭୦ ଜଣ ବାଲୁକା ଶିଳ୍ପୀ ୨୦ଟି ଷ୍ଟଲରେ ବାଲୁକା କଳା ପ୬ଦଶ୭ିତ କରିବେ । ଏନେଇ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଅରେୟାଜିତ ଖବରଦାତାସମ୍ମୀଳନୀରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଏହି ସୂଚନା ଦେଇଥିଲେ ।
ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦେଦଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା , ତୋରଣ ନିର୍ମାଣ , ଆଲୋକ ସଜ୍ଜା ଓ ଅନ୍ୟାନ ବାହ୍ୟ ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହା ସହ ଚନ୍ଦ୍ରଭାଗାରେ ବାଲୁକ କଳା ପ୍ରଦର୍ଶନ ପାଇଁ ବାରିକେଡ୍ ନିର୍ମାଣ , ଆଲୋକୀକରଣ ସହ ତୋରଣ ନିର୍ମାଣ କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ଦର୍ଶକ ଗ୍ୟାଲେରୀରେ ୩ ଫୁଟ ଦୂରତାରେ ୬୬୦ ଦର୍ଶକ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେମିତିକ ଭିଡ ନହେବ ତାହା ପାଇଁ ମଧ୍ୟ ପଦକ୍ଷପ ନିଆଯାଇଛି । ଗୋଲ୍ଡେନ ବିଚ୍‌ରେ ଏଲଇଡି ସ୍କ୍ରିନ ଲଗାଯାଇ ଦର୍ଶକମାନେ ଦେଖିବାର ବ୍ୟବସ୍ଥା କରାଯାଇଛି । ଏହା ସନ୍ଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି । ଏହା ପୂର୍ବରୁ ପର୍ଯ୍ୟଟନ ସଚିନ ରାମଚନ୍ଦ୍ର ଯାଦବ , ଜିଲ୍ଲାପାଳ ବଲୱନ୍ତ ସିଂ , ଓ ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାସ ପ୍ରମୁଖ କ୍ଷେତ୍ରରେ ପରିଦର୍ଶନ କରି ସ୍ଥିତି ପରଖିଥିଲେ ।

ରାଜ୍ୟର ଖବର

ମ୍ୟାଟ୍ରିକ ପରୀକ୍ଷାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ;୫୦ ମାର୍କ ଓଏମଆର ୩୦ ମାର୍କ ସବଜେକ୍ଟିଭ୍‌

ମେଟ୍ରୋ ଟିଭି ବ୍ୟୁରୋ : ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ...

ଜାନୁୟାରୀ ପ୍ରତି ଶନିବାର ବନ୍ଦ ରହିବ କୋର୍ଟ

ମେଟ୍ରୋ ଟିଭି ବ୍ୟୁରୋ : ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ ବନ୍ଦ ରହିବ । ଏହାର ଅଫିସ୍‌, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ଆଦି...

ଜାନୁୟାରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ...

ଦେଶ-ବିଦେଶ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଦେଶରେ ମିଳିବ ସମସ୍ତଙ୍କୁ ମାଗଣାରେ କରୋନା ଟିକା

ମେଟ୍ରୋ ଟିଭି ବ୍ୟୁରୋ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ଜେଟ୍‌ର ବିମାନେସବା ଆରମ୍ଭ

ମେଟ୍େରା ଟିଭି ବ୍ୟୁରୋ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସ୍ପାଇସ୍‌ଜେଟ୍‌ବିମାନ ସେବା ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ମେଟ୍ରୋ ଟିଭି ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା...