ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ ପାଠ ପଢା ବନ୍ଦ ହୋଇଯାଇଥିଲା । ଏଣିକି କୋଭିଡ୍ କଟକଣା କୁ ମାନିକି ସମାଜିକ ଦୂରତା ରକ୍ଷା କରି ମେଡିକାଲ କଲେଜ୍ ଖୋଲାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ନିୟମକୁ ପାଳନ କରିବା ପାଇଁ ଏହି ନିଦ୍ଦେର୍ଶ କୁହାଯାଇଛି । ବର୍ତମାନ କରୋନା ସଂକ୍ରମଣ ହାର କମୁଥିବାରୁ ସ୍ଥିତିକୁ ସ୍ୱାଭାବିକ ହେଉଥିବାରୁ ଅନୁମାନ କରାଯାଉଛି । କରୋନା କଟକଣା ଭିତରେ ଖୋଲାଯିବ ମେଡିକାଲ କଲେଜ୍ । ମାସ୍କ ସାନେଟାଇଜର, ସାମାଜିକ ଦୂରତାକୁ ମାନି କଲେଜ୍ ଚାଲିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ ।