State

ଅରୁଗୁଲ ଆଇଆଇଟିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

  •  
  • 64
  •  
  •  
  •  
  •  
  •  
    64
    Shares

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏଠାରେ ଭୁବନେଶ୍ୱର ଅରୁଗୁଲ ଆଇଆଇଟିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ସହ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଗ୍ରହଣରେ ମୋଦୀ ପାଖାପାଖି ୧୨ଗୋଟି ପ୍ରକଳ୍ପର ସବୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦୀ ଓଡ଼ିଶାର ବିକାଶକୁ କେନ୍ଦ୍ର ସରକାର ନୂଆ ସ୍ତରକୁ ନେଉଥିବା କହିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କପଥ, ପର୍ଯ୍ୟଟନ ଓ ଅନେକ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଅନେକ ପଦକ୍ଷେପ ନେଉଥିବା ମୋଦୀ ଅଭିଭାଷଣରେ କହିବା ସହ ଉଦଘାଟିତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ।

  •  
    64
    Shares
  •  
  • 64
  •  
  •  
  •  
  •  
Loading...

Join The Discussion

Loading...