Sports

ବିଡବ୍ଲ୍ୟଏଫ୍ ର‌୍ୟାଙ୍କିଂରେ ଦ୍ୱିତୀୟକୁ ଫେରିଲେ ସିନ୍ଧୁ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଅଲିମ୍ପିକ ଓ ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ସଦ୍ୟ ଘୋଷିତ ବିଡବ୍ଲ୍ୟୂଏଫ୍ ର‌୍ୟାଙ୍କିଙ୍ଗ୍ରେ ପୁଣିଥରେ ବିଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ବର୍ତ୍ତମାନ ପ୍ୟାରିସ୍ରେ ଫ୍ରେଞ୍ଚ ଓପନ ଖେଳୁଥିବା ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ଅଛନ୍ତି । ଚଳିତ ବର୍ଷ ଅପ୍ରେଲରେ ସିନ୍ଧୁ ପ୍ରଥମଥର ପାଇଁ ମାତ୍ର ସପ୍ତାହେ ବିଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । କିନ୍ତୁ ଏହା ପରେ ସେ ତଳକୁ ଖସି ଆସିଥିଲେ । ଚଳିତ ବର୍ଷ ସିନ୍ଧୁ ଅଧିକାଂଶ ସମୟ ତୃତୀୟ ସ୍ଥାନରେ ହିଁ ରହିଥିଲେ । ଗତ ସପ୍ତାହରେ ଡେନମାର୍କ ଓପନରେ ରନର୍ସଅପ୍ ହୋଇଥିବା ସାଇନା ନେହ୍ୱାଲ ଗୋଟିଏ ସ୍ଥାନ ଉପରକୁ ଉଠି ନବମରେ ପହଞ୍ôଚଛନ୍ତି । ପୁରୁଷ ସିଙ୍ଗଲ୍ସରେ କିଦାମ୍ବି ଶ୍ରୀକାନ୍ତ ଷଷ୍ଠ ସ୍ଥାନରେ ସୁରକ୍ଷିତ ଅଛନ୍ତି । ତେବେ ସମୀର ବର୍ମା ପାଞ୍ଚଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ପହଞ୍ôଚଛନ୍ତି । ସେହିପରି ଡେନମାର୍କ ଓ ଫ୍ରେଞ୍ଚ୍ ଓପନରୁ ଓହରିଥିବା ଏଚ୍ଏସ୍ ପ୍ରଣୟ ଦୁଇଟି ସ୍ଥାନ ଖସି ୧୭ରେ ପହଞ୍ôଚଛନ୍ତି । ବି. ସାଇ ପ୍ରଣୀତ ୨୬ତମ ଏବଂ ସୌରଭ ବର୍ମା ଦୁଇଟି ସ୍ଥାନ ଉଠି ୪୮ତମ ସ୍ଥାନରେ ପହଞ୍ôଚଛନ୍ତି । ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଗୋଟିଏ ସ୍ଥାନ ଖସି ୨୫ରେ ପହଞ୍ôଚଥିବା ବେଳେ ମହିଳା ଡବଲ୍ସରେ ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍. ସିକ୍କି ରେଡ୍ଡି ତିନୋଟି ସ୍ଥାନ ଉଠି ୨୪ରେ ପହଞ୍ôଚଛନ୍ତି । ମିକ୍ସଡ ଡବଲ୍ସରେ ପ୍ରଣବ ଜେରି ଚୋପ୍ରା ଓ ସିକ୍କି ୨୧ତମ ସ୍ଥାନରେ ସୁରକ୍ଷିତ ଅଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...