Home ଖେଳ ପନ୍ତଙ୍କ ସହ ଜିମରେ ଝାଳ ବୁହାଉଛନ୍ତି କୋହଲି, ସେୟାର କଲେ ଭିଡିଓ

ପନ୍ତଙ୍କ ସହ ଜିମରେ ଝାଳ ବୁହାଉଛନ୍ତି କୋହଲି, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ ଆଗାମୀ ସିରିଜ୍ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି । ଏହି ମହତ୍ୱପୂର୍ଣ୍ଣ ସିରିଜକୁ କବ୍ଚା କରିବା ପାଇଁ ପ୍ରତ୍ୟେକ ଖେଳାଳି ଜୋରସରରେ ପ୍ରସ୍ତୁତି କରିଛନ୍ତି । ଏମାନଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଦଳର ନେତୃତ୍ୱ ନେବେ । ଏଇଥି ପାଇଁ ସେ ପୁରା ପ୍ରସ୍ତୁତ ବୋଲି ସେ ଟ୍ୱିଟରରେ ପୋଷ୍ଟ କରିଥିବା ଏକ ଭିଡିଓରୁ ଜଣାପଡୁଛି । ସେ ତାଙ୍କ ଟ୍ୱିଟର ପୋଷ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିଲେ ଯୁବ ଉଇକେଟ୍ କିପର ରିଷିଭ ପନ୍ତ ସହ ଏକ ଜିମରେ ଝାଳ ବୁହାଉଛନ୍ତି । ସେ ଏହି ଫଟୋରେ କ୍ୟାପସନ ଲେଖିଛନ୍ତି-ପରିଶ୍ରମ କରିବା ପାଇଁ ଏହି ଉପାୟଠାରୁ ଅନ୍ୟକିଛି ନାହିଁ ଓ ଫିଟ୍ ରୁହ, ସ୍ୱାସ୍ଥ୍ୟବାନ ହୁଅ । ବିରାଟକୁ ଫିଟନେସର ଭଗବାନ ବୋଲି କୁହାଯାଇ । ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ଅନୁକରଣ କରୁଥିବା ନଜର ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ନଭେମ୍ବର ୨୧ରୁ ଆରମ୍ଭ ହେଉଛି । ଅଷ୍ଟ୍ରେଲିଆ ଦଳରେ ସ୍ମିଥ୍ ଓ ୱାନର ଖେଳୁନଥିବାରୁ ଏହା ଭାରତ ପାଇଁ ଏକ ସୁଯୋଗ ହେବ ବୋଲି କ୍ରିକେଟ ବିଶାରଦମାନେ କହୁଛନ୍ତି ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...